କେନ୍ଦୁପତ୍ର ଡିଭିଜନରେ ମୁନସିଙ୍କୁ ଚପରାଶି ନିଯୁକ୍ତିକୁ ସଂଘର ତୀବ୍ର ବିରୋଧ

କୁଚିଣ୍ଡା: ବର୍ଷ ବର୍ଷ ଧରି ମୁନସି ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କେନ୍ଦୁପତ୍ର ଡିଭିଜନ କର୍ତ୍ତୃପକ୍ଷ ଚପରାଶି ଭାବେ ନିଯୁକ୍ତି ଦେବାକୁ ଉଦ୍ୟମକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଏପରିକି ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କର୍ତ୍ଥୃପକ୍ଷ ନିରାକରଣ ନକରି ଚାପି ଦେବାକୁ ଉଦ୍ୟମ ହୋଇଥିବା ନେଇ ତୀବ୍ର ଅଭିଯୋଗ ହୋଇଥିବା ସୂଚନା ମିଳିଛି।

କୁଚିଣ୍ଡା କେନ୍ଦୁପତ୍ର ଡିଭିଜନ ରେ କେତେକ ତୃଟିପୂର୍ଣ୍ଣ ପଦକ୍ଷେପ ଓ ଉପେକ୍ଷା ମନୋଭାବ ଯୋଗୁଁ ସଂପ୍ରତି ସଂସ୍ଥାରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାଯାଇଛି। ସଂପ୍ରତି ଡିଭିଜନ କର୍ତ୍ତୃପକ୍ଷ ଏଠରେ ବର୍ଷ ବର୍ଷ ଧରି କାମ କରୁଥିବା ମୁନସିମାନଙ୍କୁ ଅନ୍ୟାୟ।ଭାବେ ଚପରାଶି ଭାବେ ନିଯୁକ୍ତି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେହିପରି ସିଜିନାଲ କର୍ମଚାରୀଙ୍କୁ ଆବଶ୍ୟକ ଦରମା ଦିଆନଯିବା ପରି ଗୁରୁତର ସମସ୍ୟା ରହିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିକାର ପାଇଁ ଡିଭିଜନ କାର୍ଯ୍ୟାଳୟରେ କେନ୍ଦୁପତ୍ର କର୍ମଚାରୀ ସଂଘରକାର୍ଯ୍ୟକର୍ତ୍ତା ଏବଂ ବନଖଣ୍ଡ ଅଧିକାରୀ, ରେଞ୍ଜ ଅଧିକାରୀ ମାନେ ଯୋଗ ଦେଇ ଏହାର ଆଳୋଚନା ହୋଇଥିବା ଜଣାଯାଇଛି। ପ୍ରଶାସନ କରୁଥିବା ହତାଦରରୁ ନିବୃତ୍ତ ହେବାକୁ ସଦସ୍ୟ ମାନେ ଦାବି କରିଥିବା ଦେଖାଯାଇଥିଲା। ଅନ୍ୟପକ୍ଷେ ଶ୍ରମିକ ସମସ୍ୟାର ନିରାକରଣ ଓ ଜିଏସଟି ବନ୍ଦ ଦିଗରେ ସଂଘ ପୁଣି ଦେହାରାଇ ଆବଶ୍ୟକ ହେଲେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ। ଏଥିରେ ରାଜ୍ୟ ସମ୍ପାଦକ ମହମଦ ମୂର୍ତ୍ତୃଜା, ଡିଭିଜନ ସମ୍ପାଦକ କିର୍ତ୍ତନ ସେନାପତି, ଯୋଗବିହାରୀ ପରିଡା,ମିଲନ ପଲେଇ, ମହେନ୍ଦ୍ର ବେହେରା,ଭିକାରୀ ପ୍ରଧାନ, ବିରଞ୍ôଚ ନାୟକ, ପ୍ରମୁଖ ଯୋଗ ଦେଇଥିବା ଜଣାଯାଇଛି।

Comments are closed.