କୁଚିଣ୍ଡାରେ ‘ସମାଜ’ ହକରଙ୍କ କରୋନା ସଚେତନତା

କୁଚିଣ୍ଡା: ‘ସମାଜ’ କେବଳ ଖବର କାଗଜ ନୁହେଁ ,ଏକ ଶୁଦ୍ଧ ବିଚାରର ବାର୍ତ୍ତାବହ। ଏପରି ଅନୁଷ୍ଠାର ପ୍ରତିଷ୍ଠାତା ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରଭାବ ଆଜି କୁଚିଣ୍ଡାରେ ଦେଖିବାକୁ ମିଳିଛି। ଏଠାରେ ଦୈନିକ ସମାଜ ଖବର କାଗଜ ଘର ଘର ବିତରଣ କରୁଥିବା ହକର ମାନେ ମିଳିତ ଭାବେ ସାମଜ ଲେଖାଥିବା କୁର୍ତ୍ତା ପରିଧାନ କରି ସହରରେ ପରିକ୍ରମା କରି କରୋନା ସଚେତନତା କରିବା ସହ ମାକ୍ସ ବଣ୍ଟନ କରିଥିବା ଦେଖାଯାଇଛି।

ଆଦିବାସୀ ବହୁଳ କୁଚିଣ୍ଡା ଉପଖଣ୍ଡ କରୋନା ସଂକ୍ରମଣ ଯୋଗୁଁ ଗୁରୁତର ଭାବେ ଆତଙ୍କିତ ହୋଇଥିବା ଦେଖାଯାଇଛି। ଉପଖଣ୍ଡରେ ଆବଶ୍ୟକ ସଚେତନତା ଅଭାବ ଯୋଗୁଁ ବହୁ ଲୋକଙ୍କ ଅକାଳ ମୃତ୍ୟୁ ଘଟିଥିଲା। ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଅଧିକ ରହିଥିଲେ ମଧ୍ୟ ସରକାରୀ ରେକର୍ଡରେ ଆସିନଥିବାରୁ ପ୍ରକୃତ ଆକଳନ ହୋଇନଥିବା କୁହାଯାଉଛି। ଏପରିସ୍ଥଳେ ଆଜି କୁଚିଣ୍ଡା ସହରସ୍ଥ “ସମାଜ” ହକର ମାନେ ମିଳିତ ଭାବେ ଲିପଲେଟ ଓ ମାକ୍ସ ଧରି ସଚେତନତା ସକଶେ ସହର ପରିକ୍ରମା କରିଥିଲେ। ଡେଲି ମାର୍କେଟ, ବସଷ୍ଟାଣ୍ଡ ଅଞ୍ଚଳ ସେମତ ବିଭିନ୍ନ ଦୋକାନ ଦୋକାନ ଯାଇ ସଚେତନତା ବାର୍ତ୍ତା ଥିବା ଲିପଲେଟ ପ୍ରଦାନ କରିଥିଲେ। ଏପରିକି ବିନାମାକ୍ସରେ ଯାତାୟତ କରୁଥିବା ଲୋକଙ୍କୁ ମାକ୍ସ ପ୍ରଦାନ କରିଥିବା ଦେଖାଯାଇଥିଲା। ଏଥିରେ କୁଚିଣ୍ଡା “ସମାଜ” ବିତରକ ସୁଧିର ମହାନ୍ତି, ସମ୍ବାଦଦାତା ପ୍ରଭାତ ବେହେରା ସମେତ ବିଭିନ୍ନ ସଂଗଠନରେ ସକ୍ରୀୟ ସ୍ୱେଛାସେବୀ ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଜି ସହରରେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ଦେଖାଯାଇଥିଲା। ଏପରିକି ଭୟାବହ କରୋନା କାଳରେ ହକର ମାନେ ପାଠକଙ୍କୁ ନିୟମିତ କାଗଜ ଯୋଗାଉଥିବାରୁ ପାଠକ ମହଲରେ ସାଧୁବାଦ ଦିଆଯାଉଥିବା ଦେଖାଯାଇଥିଲା। ଏଥିରେ ନିୟମିତ କାଗଜ ବିତରଣ କରୁଥିବା ଆଲୋକ ମହାପାତ୍ର, ଦିପେନ ଛତ୍ରୀୟା, ସୁଶାନ୍ତ ପୃଷ୍ଟି, ମୁକ୍ତେ ଛତ୍ରୀୟା, ଜୟଦେବ ଦେହୁରୀ ପରି ହକର ମାନେ ଯୋଗ ଦେଇଥିଲେ। ସାମାଜିକ କର୍ମି ପୁରନ୍ଦର ବାଘ, ସୁନୀଲ ହଂସ ପ୍ରମୁଖ ସହାୟତା କରିଥିଲେ।

Comments are closed.