ପଞ୍ଚାୟତ ଜଳଯୋଗାଣ କର୍ମଚାରୀଙ୍କ ସରକାରୀ ମାନ୍ୟତା ଦାବି

କୁଚିଣ୍ଡା: ରାଜ୍ୟର ସମସ୍ତ ପଞ୍ଚାୟତରେ କାର୍ଯ୍ୟରତ ଜଳଯୋଗାଣ ପମ୍ପ ଅପରେଟର ଭାବେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ପଦବୀକୁ ଉଚ୍ଛେଦ କରି ସରକାରୀ କର୍ମଚାରୀ ଭାବେ ମାନ୍ୟତା ଦେବାକୁ ଅପରେଟର ସଂଘ ଦାବି କରିଛି। କୁଚିଣ୍ଡା ଉପଖଣ୍ଡରେ କାର୍ଯ୍ୟରତ ଏସଇଏମ ଏବଂ ପମ୍ପ ପରିଚାଳକ ମାନେ ଦିର୍ଘବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନେ ଉପେକ୍ଷିତ ହୋଇ ରହିଥିବା ଅଭିଯୋଗ ହୋଇଛି। ଏ ଦିଗରେ ସରକାରୀ ସ୍ତରରେ କୌଣସି ସହାୟତା ବା ଅନୁକମ୍ପା ଦିଆଯାଉନଥିବା ଯୋଗୁଁ ଆର୍ଥିକ ଅନାଟନରେ କାମ କରୁଛନ୍ତି। ଏହାର ସମାଧାନ ସକାଶେ ସରକାରୀ ମାନ୍ୟତା ଦେବାକୁ ଦାବି କରି ଉପଜିଲାପାଳଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି। ଅନ୍ୟଥା ସେମାନେ କାର୍ଯ୍ୟବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏପରିକି ରାଜଧାନୀରେ ୧୫ତାରିଖ ଠାରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇ ସମସ୍ତ ସଦସ୍ୟ କାର୍ଯ୍ୟବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏସଂକ୍ରାନ୍ତରେ ଉପଜିଲାପାଳଙ୍କୁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି।

Comments are closed.