ଅରୁଣୋଦୟ ଭିନ୍ନକ୍ଷମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କୁଚିଣ୍ଡା: କୁଚିଣ୍ଡା ସହର ସ୍ତିତ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଅରୁଣୋଦୟ ଭିନ୍ନକ୍ଷମ ବିଦ୍ୟାଳୟର ବରିଷ୍ଠ ସଦସ୍ୟ ଡା. ଶରତ ଚନ୍ଦ୍ର ଗୋନ୍ତିଆ ଯୋଗ ଦେଇ ଦିବସର ମହାନତା ସଂକ୍ରାନ୍ତରେ ଆଲୋକପାତ କରିଥିଲେ।

ଅନୁଷ୍ଠାନର ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶାନ୍ତନୁ ସାହୁ ଅନୁଷ୍ଠାନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅତିଥି ଭାବେ କୁଟୁରାଚୁଆଁ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, କୁଚିଣ୍ଡା ପୂର୍ବତନ କାଉନ୍ସେଲର ଶୁଶୀଳ କୁମାର କର, ଅରୁଣ କୁମାର ଅଗ୍ରୱାଲ, ଆରତୀ ନାୟକ, ରୋପ ସମ୍ପାଦକ ପ୍ରଦୀପ କୁମାର ପ୍ରମୁଖ ଯୋଗଦାନ କରିଥିଲେ। ଏହା ସହିତ ଏହି ଦିବସରେ ତେଲିତିଲେଇମାଲ ଗ୍ରାମର ଅଞ୍ଜନ ଜୟପୁରିଆ, କୁଚିଣ୍ଡା ଜ୍ୟୋତିପଡ଼ାର ଅଭିଷେକ କୁଜୁର ଏବଂ ସର୍ଗିଡ଼ିହିର ଗେନୁରାଣୀ ପୋଥାଲକୁ ସେମାନଙ୍କର ଚିତ୍ରାଙ୍କନ ଏବଂ ମନ୍ତ୍ରିମୁଣ୍ଡା ଗ୍ରାମର ରେଶ୍ମl କିଷାନକୁ ଜାତୀୟ ସଙ୍ଗୀତ ଗାନ ଏବଂ ଦେବଶ୍ରୀ ବାରଭୟାକୁ ସୁନ୍ଦର ନାଚ ପାଇଁ ମାନପତ୍ର ଦେଇ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କୁଚିଣ୍ଡା ବନ୍ୟପ୍ରାଣୀ ଵନାଞ୍ଚଳର ବନ କର୍ମଚାରୀ ଝରଣା ମାୟାର ଭିନ୍ନକ୍ଷମ ଶିଶୁମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ସମ୍ପାଦକ ଶାନ୍ତନୁ ସାହୁଙ୍କୁ ଅରୁଣୋଦୟ ବିଦ୍ୟାଳୟର ଦୀର୍ଘ ସମୟ ଧରି ପରିଚାଳନା ଏବଂ ଭିନ୍ନକ୍ଷମ ଶିଶୁମାନଙ୍କ ପ୍ରତି ରହିଥିବା ଅବଦାନ ପାଇଁ ଔପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ବିଜୟ ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.