ଧାନରେ ଲାଗିଲା ଫିମ୍ପି

କୁଚିଣ୍ଡା: ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ​‌େ​‌ର ସପ୍ତା​‌େ​‌ହ ତଳେ ଅଦିନିଆ ବର୍ଷାରେ ଭିଜି ଯାଇଥିବା ଧାନରେ ଶେଷରେ ଫିମ୍ପି ଲାଗିଗଲା। ଅଥଚ ପ୍ରଶାସନ ପ୍ରତିକାର ବ୍ୟବସ୍ଥା କଲା ନାହିଁ। ଅଦିନିଆ ବର୍ଷାରେ ଏହି ଉପଖଣ୍ଡ ଅନ୍ତର୍ଗତ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ବିଭିନ୍ନ ମଣ୍ଡିରେ ପଡ଼ିଥିବା ୬୦ ହଜାର ବସ୍ତା ଧାନ ଭିଜି ନଷ୍ଟ ହୋଇଥିଲା। ଦୁଇ ଦିନ ପରେ ସେଥିରୁ କିଛି ହଜାର ବସ୍ତା ଧାନରେ ଗଜା ଧରି ଯାଇଥିଲା। ଯାହା ବଳିଥିଲା ଚାଷୀମାନେ ତାକୁ ଖରାରେ ଶୁଖାଇ କିଛି କ୍ଷତି ଭରଣା ଆଶାରେ ଥିଲେ। କିନ୍ତୁ ସେମାନଙ୍କ ସେ ଆଶାରେ ବି ପାଣି ପଡ଼ିଗଲା। ସେମାନଙ୍କ ଦୁର୍ଭାଗ୍ୟ, ଆଜି ସକାଳୁ ଚାଷୀ ମଣ୍ଡିକୁ ଆସି ଦେଖିବା ବେଳକୁ ଧାନ ବସ୍ତାରେ ଫିମ୍ପି ଲାଗିଗଲାଣି। ଆଖି ଆଗରେ ଫସଲ ଏଭଳି ନଷ୍ଟ ହେବା ଚାଷୀଙ୍କୁ ଯେତିକି ଦୁଃଖିତ କରିଛି; ତାଠାରୁ ଅଧିକ ବ୍ୟଥିତ କରିଛି ତାହା ହେଲା ଜିଲା ପ୍ରଶାସନ ଓ ଯୋଗାଣ ବିଭାଗର ନିରବ ମୁଦ୍ରା ଓ ନିର୍ବିକାର ଭାବ।

କୁଚିଣ୍ଡା ଉପଖଣ୍ଡ ସମ୍ବଲପୁର ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାକାର ଚାଷୀ ଗରିବ, ମଧ୍ୟବିତ୍ତ। ଏହି ଚାଷୀଙ୍କ କ​‌େ​‌ଷ୍ଟାପାର୍ଜିତ ଧାନ କିଣିବା ପାଇଁ ଉପଖଣ୍ଡ ପ୍ରଶାସନ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକରେ ୪୮ଟି ମଣ୍ଡି ଖୋଲିଛି। ଏବେ ମଧ୍ୟ ମଣ୍ଡି ଖୋଲା ଅଛି। କିନ୍ତୁ ଧାନ କିଣା ବନ୍ଦ ହୋଇଯାଇଛି। କାରଣ ନୂଆ ଟା​‌େ​‌ର୍ଗଟ ଆସିନାହିଁ। ଚାଷୀ ଟୋକନ ପାଇ ଧାନ ଆଣି ମଣ୍ଡିରେ ଗଦା କରି ସାରିଥିଲା। ମଣ୍ଡିଗୁଡ଼ିକରେ ପଡ଼ିଥିବା ପାଖାପାଖି ୬୦ ହଜାର ବସ୍ତା ଧାନ ଭିଜି ନଷ୍ଟ ହୋଇଯାଇଛି। ପ୍ରଶାସନ କୁଚିଣ୍ଡା ବ୍ଲକରେ ଚାଷୀଙ୍କୁ ବୁଝାସୁଝା କରି ମଣ୍ଡିରେ ପଡ଼ିଥିବା ଧାନକୁ ଫେରାଇ ଦେବାରେ ସଫଳ ହୋଇଛି। ବାମରା ବ୍ଲକରେ ଚାଷୀଧାନ ବିକ୍ରି ଆଶା ଛାଡ଼ି କମ୍‌ ମୂଲ୍ୟରେ ବେପାରୀଙ୍କୁ ବିକି ସାରିଥିବା ସୂଚନା ମିଳିଛି। ଉଚ୍ଚକାପାଟ ବିଶ୍ୱ ମହିଳା ସଂଘ ଅଧୀନରେ ପ୍ରାୟ ୩ ହଜାର ବସ୍ତା ଧାନ ପଡ଼ିଛି। ଜମନକିରା ବ୍ଲକରେ ହାତଗଣତି ମଣ୍ଡିକୁ ଛାଡ଼ିଦେଲେ ଜମନକିରା, ଭୋଜପୁର, ଶିରିଡ଼, ଡିମିରିମୁଣ୍ଡା, ସୁବର୍ଣ୍ଣପାଲି ଓ ଢୁଡ଼ିପାଲି ଆଦି ପଞ୍ଚାୟତରେ ହଜାର ହଜାର ବସ୍ତା ଧାନ ପଡ଼ିଛି। ଚାଷୀ ତଥାପି ବିକ୍ରି ଆଶାରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପକ​‌ାଇ ରଖିଛନ୍ତି। ଧାନ ସଂଗ୍ରହରେ ପ୍ରଶାସନର ପରିଚାଳନାଗତ ବିଫଳତା ଓ ଅଦିନିଆ ବର୍ଷାରେ କୁଚିଣ୍ଡା ଚାଷୀ କ୍ଷତି ସହିଛନ୍ତି। ଜମନକିରା ବ୍ଲକର ଚାଷୀ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କେତେକ ଲ୍ୟାମ୍ପ ଓ ୬ଟି ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ୧୧ ଦିନ ହେଲା ଧାନ ଭରି ରଖିଛନ୍ତି। ଏହି ଧାନ ଭିଜିବାରୁ ରକ୍ଷା ପାଇଯାଇଛି ସିନା ବିକ୍ରି ହୋଇ ପାରୁନାହିଁ। ଏହି ଅଭାବନୀୟ ସମସ୍ୟା ସମ୍ପର୍କରେ କୁଚିଣ୍ଡାର ନିର୍ବାହୀ ଉପଜିଲାପାଳ ପବିତ୍ର କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ କହିଛନ୍ତି ଯେ ଚାଷୀଙ୍କ ସମସ୍ୟା ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

Comments are closed.