ମନ୍ତ୍ରୀଙ୍କ ଦ୍ୱାରା ବାଉରୀଗୋଡାରେ ସ୍ମାର୍ଟ କାର୍ଡ ବଣ୍ଟନ

କୁଚିଣ୍ଡା: ବହୁ ବାଦ ବିବାଦ ଓ ଅଟକ ପରେ ମନ୍ତ୍ରୀ ଟୁକୁନି ସାହୁ ବୁଧବାର ଆନ୍ଦୋଳନ ଭାଙ୍ଗିବା ପରେ ତାଙ୍କ ପୂର୍ବ ନିର୍ଦ୍ଧାରିତ ସ୍ଥାନ ମଧ୍ୟରୁ କେବଳ ବାଉରୀଗୋଡାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିବା ଜଣାଯାଇଛି। ଆନ୍ଦୋଳନରେ ପ୍ରାୟ ସାଢେ ଚାରି ଘଣ୍ଟା ଅଟକ ରହିବା ପରେ ମନ୍ତ୍ରୀ ପୁଲିସ ଦଳ ସହ ବାଉରୀଗୋଡା ଗସ୍ତ କରିଥିଲେ। ସେଠାରେ ହୋଇଥିବା ସମାବେଶରେ ଯୋଗ ଦେଇ କାର୍ଡ ବଣ୍ଟନ କରିଥିଲେ। ସେଥିରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଅନ୍ୟ ପଞ୍ଚାୟତରେ ସୁନ୍ଦରଗଡ ଉନ୍ନୟନ ଅଧିକାରୀ ବିନୟ ଟପ୍ପୋ କାର୍ଡ ବଣ୍ଟନ କରିଥିଲେ।

Comments are closed.