କୁବେର ଯୁବକ ସଂଘ ଗଠିତ

ଚୌଦ୍ୱାର : ଚୌଦ୍ୱର ଅଞ୍ଚଳର ତୈଳିକ ବୈଶ୍ୟ ସମାଜର ଯୁବବର୍ଗଙ୍କ କଲ୍ୟାଣ ଲକ୍ଷରେ ବୈଶ୍ୟ ସମାଜ ତରଫରୁ କୁବେର ଯୁବକ ସଂଘ ଗଠନ କରାଯାଇଛି । ତୈଳିକ ବୈଶ୍ୟ ସମାଜର ମହାଜନ ସାହିସ୍ଥିତ ରାସ ବିହାରୀ ମଠରେ ସଂଗଠନର ଯୁବବର୍ଗ ଓ ବ୍ରାହ୍ମଣସାହିସ୍ଥିତ ପିଲାଙ୍କ ଠାକୁର ସଂଗଠନର ଯୁବକ ମାନେ ମିଳିତ ହୋଇ ଏକ ଶୋଭାଯାତ୍ରାରେ ଚୌଦ୍ୱାର ଅଞ୍ଚଳ ପରିକ୍ରମା କରି ବିରୂପା ନଦୀ କୁଳରେ ପୋଟଲେଇ ଠାକୁରାଣୀ ମନ୍ଦିରରେ ପହଞ୍ଚିଥିଲେ । ତୈଳିକ ବୈଶ୍ୟ ସମାଜର ବରିଷ୍ଠ ସଦସ୍ୟ ଇଂ ପ୍ରଭାକର ସାହୁଙ୍କ ପୌରୋହିତ୍ୟରେ ମନ୍ଦିରରେ ଆୟୋଜିତ ସଭାରେ ମହେନ୍ଦ୍ର ସାହୁ, ନବ ସାହୁ, ନାରାୟଣ ପୃଷ୍ଟି, ବିଷ୍ଣୁ ଚରଣ ସାହୁ ପ୍ରମୁଖ ବରିଷ୍ଟ ବ୍ୟକ୍ତି ବିଶେଷ ଆଲୋଚନାରେ ଅଂଶ ଗ୍ରହଣ କରି ତୈଳିକ ବୈଶ୍ୟ ସମାଜର କଲ୍ୟାଣ ଓ ଯୁବବର୍ଗଙ୍କ ବିକାଶ ପାଇଁ ଯୁବଗୋଷ୍ଠି କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ତୈଳିକ ବୈଶ୍ୟ ଜାତିର ପୁଅ ଝିଅଙ୍କ ଉଚ୍ଚଶିକ୍ଷା, ଗରିବ ପୁଅ ଝିଅଙ୍କ ବିବାହ, ସାହି ସମସ୍ୟା ସମାଧାନ, ସମାଜ ସେବା ଆଦି କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରିବାପାଇଁ ଯୁବ ସଂଗଠନର ସଦସ୍ୟମାନେ ସଂକଳ୍ପ ନେଇଥିଲେ । ଏହି ଅବସରରେ ସଂଗଠନର ଏକ ୧୫ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଶିବ ଶଂକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.