ଦେଢଶୁର ମାଡରେ ଭାଇବୋହୁ ଲହୁଲୁହାଣ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା ମଧୁପୁର ଘିସୁଆ ଗ୍ରାମରେ ଘର ବାଡ଼ି ବିବାଦକୁ ନେଇ ଅଭାବନୀୟ ଘଟଣା ଘଟିଛି। ଦେଢଶୁର ମାଡରେ ଭାଇବୋହୁ ଲହୁଲୁହାଣ ହୋଇ ମେଡିକାଲରେ ଭର୍ତି ହୋଇଛି। ଏନେଇ ମହିଳାଙ୍କ ସ୍ୱାମୀ ଚିତ୍ତରଞ୍ଜନ ମାହାଙ୍ଗା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଦେଢଶୁରକୁ ଗିରଫ କରିପାରିନି।

ସୂଚନା ଅନୁଯାୟୀ ମାହାଙ୍ଗା ଥାନା ମଧୁପୁର ଗ୍ରାମ ପଞ୍ଚାୟତ ଘିସୁଆଁ ଗ୍ରାମର ଚିତ ରଞ୍ଜନ ଜେନା ଗତକାଲି ରାତିରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ମଝିଆ ଭାଇ ଗୋପାଳ ଜେନା ଓ ତାର ସ୍ତ୍ରୀ ରିତାରାଣୀ ଜେନା ଚିତ୍ତଙ୍କ ସ୍ତ୍ରୀ ସବିତା ଜେନାଙ୍କୁ ଘର ବିବାଦକୁ ନେଇ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଏପରିକି ଯାଆ ରିତାରାଣୀ ସବିତାକୁ ମାଡି ବସି ଧରିବା ବେଳେ ଦେଢଶୁର ଗୋପାଳ ଠେଙ୍ଗାରେ ନିସ୍ତୁକ ମାଡ ମାରିଥିଲେ। ଏଥିରେ ସବିତାଙ୍କ ମୁଣ୍ଡ, କାନ୍ଧ, ହାତ, ଗୋଡ଼, ପିଠି ଆଦିରେ ଗଭୀର ଆଘାତ ଲାଗିବା ସହ ସେ ଗୁରୁତର ଆହତ ହୋଇ ମାହାଙ୍ଗା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତୁରନ୍ତ ଅଭିଯୁକ୍ତ ଦେଢଶୁର ଓ ଯାଆକୁ ଗିରଫ କରି ନ୍ୟାୟ ଦେବାକୁ ଚିତ୍ତରଞ୍ଜନ ପୁଲିସ ନିକଟରେ ଦାବି କରିଛନ୍ତି।

Comments are closed.