କେଟି ରାମା ରାଓ ଟିଆରଏସ୍‍ର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ

0

ହାଇଦରାବାଦ: ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‍) ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶୁକ୍ରବାର ନିଜ ପୁଅ ତଥା ସିରିସିଲା ବିଧାୟକ କେଟି ରାମା ରାଓଙ୍କୁ ଟିଆରଏସ୍‍ର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି।
ଟିଆରଏସ୍‍ର ୧୪ ବର୍ଷର ଇତିହାସରେ ପ୍ରଥମ ଥର କାର୍ଯ୍ୟକାରୀ ସଭାପତି ପଦ ସୃଷ୍ଟି କରାଯାଇଛି। ଜାତୀୟ ରାଜନୀତିରେ ଅଧିକ ଧ୍ୟାନ ଦେବା ପାଇଁ କେ ଚନ୍ଦ୍ରଶେଖର ରାଓ ଏହି ନିଷ୍ପତ୍ତି ନେଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ବିହୀନ ତୃତୀୟ ସାମୁଖ୍ୟ ଗଠନ କରି ଏହାକୁ ସୁଦୃଢ କରିବାକୁ ଚନ୍ଦ୍ରଶେଖର ଲକ୍ଷ୍ୟ ରଖିଥିବା କୁହାଯାଉଛି। ସପ୍ତାହେ ମଧ୍ୟରେ ସେ ଜାତୀୟ ରାଜନୀତି ପାଇଁ ତାଙ୍କ ଋଣନୀତି ସମ୍ପର୍କରେ ଘୋଷଣା କରିବେ ବୋଲି ଟିଆରଏସ୍‍ର ମୁଖପାତ୍ର କହିଛନ୍ତି। ତେଣୁ ଦଳକୁ ଚଳାଇବା ପାଇଁ ସେ ନିଜ ପୁଅକୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାର ଦେଇଛନ୍ତି। ଚନ୍ଦ୍ରଶେଖର ଟିଆରଏସ୍‍କୁ ଦେଶବ୍ୟାପୀ ବିସ୍ତାର କରିବାକୁ ଚାହୁଁଛନ୍ତି ଓ ଏଥିପାଇଁ ସଭ୍ୟ ସଂଗ୍ରହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବାକୁ ଯୋଜନା କରିଛନ୍ତି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply