କୃଷି ମହୋତ୍ସବ; କୃଷି ଓଡିଶା–୨୦୧୯କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ମଙ୍ଗଳବାର ସକାଳ ୧୧ଟାରେ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ପଡିଆରେ ଅନୁଷ୍ଠିତ କୃଷି ଓଡିଶା – ୨୦୧୯ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । କୃଷକଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର ଏହି ମହୋତ୍ସବ ଆୟୋଜନ କରିଛନ୍ତି । ଜାନୁଆରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ୫ ଦିନ ଧରି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଫଳରେ କୃଷକ ଓ ବୈଜ୍ଞାନିକଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ହୋଇପାରିବ । ଜୈବିକ କୃଷି, ସାମୁଦ୍ରିକ ମଧୁର ମାଛର ପ୍ରକ୍ରିୟା କରଣ ସହ କୃଷିରେ ମହିଳାଙ୍କ ଭୂମିକା ଇତ୍ୟାଦି ବିଷୟରେ ଆଲୋଚନା କରାଯିବ । ୫ ଦିନ ଧରି ହେବାକୁ ଥିବା ଏହି କୃଷି ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ଶତାଧିକ ଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅଗ୍ରଣୀ ଓ କୃଷିରେ ଭଲ ଆୟ କରିଥିବା  କୃଷକଙ୍କୁ ରାଜ୍ୟ ସରକାର ସମ୍ମାନିତ କରିବେ ବୋଲି ସୂଚନା ମିଳିଛି । ଏହି ମହୋତ୍ସବ ଉଦଘାଟନୀ ଉତ୍ସବରେ କୃଷି ମନ୍ତ୍ରୀ ଶଶିଭୁଷଣ ବେହେରାଙ୍କ ସହ ଅନ୍ୟ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହିଛନ୍ତି ।

Leave A Reply