ଭାରତ ଯେଉଁ ବିକାଶ  ୩୦ ବର୍ଷରେ କରଛି, ବ୍ରିଟେନକୁ ୧୫୦ ବର୍ଷ ଲାଗିଯାଇଥିଲା: ନୋବେଲ ବିଜେତା ପଲ୍‌ କ୍ରୁଗମ୍ୟାନ

0

ନୂଆଦିଲ୍ଲୀ:  ଗତ ୩୦ ବର୍ଷ ମଧ୍ୟରେ ଭାରତ ଯେଉଁ ବିକାଶ କରିଛି ସେପରି ବିକାଶ କରିବା ପାଇଁ ବ୍ରିଟେନକୁ ୧୫୦ ବର୍ଷ ଲାଗିଯାଇଥିଲା ବୋଲି  ନୋବେଲ ପୁରସ୍କାର ବିଜେତା ତଥା ବରିଷ୍ଠ ଅର୍ଥନୈତିଜ୍ଞ  ପଲ୍‌ କ୍ରୁଗମ୍ୟାନ କହିଛନ୍ତି । ମାତ୍ର ଭାରତରେ ରହିଥିବା ଧନୀ ଓ ଗରିବଙ୍କ ମଧ୍ୟରେ ଥିବା ଦୂରତା ଏକ ଚିନ୍ତା ଜନକ ବିଷୟ ବୋଲି ସେ ସୂଚନା ଦେଇଛନ୍ତି । ଭାରତରେ ବ୍ୟବସାୟ ବାଣିଜ୍ୟ କରିବା ଅପେକ୍ଷାକୃତ ସହଜ ।

ଭାରତ ସ୍ୱାଧୀନତା ପରେ ଅର୍ଥନୈତିକ ବିକାଶ ସମ୍ଭବ ହୋଇ ପାରିଛି । ଅଶୀଦଶକ ପରେ ଏହା ବେଶ ଭଲ ଭାବରେ ହୋଇଛି ।  ସାରା ବିଶ୍ୱରେ ଏବେ ୨ ପ୍ରକାରର ବିକାଶ ହେଉଛି । ଗ୍ଲୋବଲାଇଜେସନ୍‌ ଯୋଗୁଁ  ବିକାଶ ଦୃତ ଗତିରେ ହୋଇ ପାରୁଛି । ଚୀନର ବିକାଶ ଅଧିକ ହେଉଥିବାରୁ ଏହି ପଡୋଶୀଯୋଗୁଁ ଭାରତ ଯେପରି  ଗୁରୁତ୍ୱ ପାଇବା କଥା ସେପରି ପାଇ ପାରୁ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଏହାର ବିକାଶ ତ୍ୱରାନିତ୍ୱ ହେବ , ଭାରତରେ କର୍ମ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି ।  ଜାପାନ ଓ ଚୀନରେ ମାନବ ସମ୍ବଳ ଅଭାବ ଦେଖାଯିବାକୁ ଥିବା ବେଳେ ଭାରତରେ ଏହା ବୃଦ୍ଧି ପାଉଛି ବୋଲି ପଲ୍‌ କ୍ରୁଗମ୍ୟାନ କହିଛନ୍ତି ।

ଭାରତରେ ସଡକ ପଥର ବିକାଶ ଓ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି । ସାରା ଭାରତରେ ଲୋକଙ୍କ ନିକଟରେ ବିଜୁଳି ପହଞ୍ଚିବାପରେ ବିକାଶ ଅଧିକ ପରିମାଣରେ ହୋଇ ପାରିବ ବୋଲି ସେ କହିଛନ୍ତି । ଭାରତର ବିକାଶ ସ୍ୱତନ୍ତ୍ର ଓ ଏହା ଦୃତ ଗତିରେ ବିକାଶ କରି ପାରିବ ବୋଲି ପଲ୍‌ କ୍ରୁଗମ୍ୟାନ କହିଛନ୍ତି ।

Leave A Reply