ଖୁବଶୀଘ୍ର ଆରମ୍ଭ ହେବ ‘କ୍ରିଶ୍-୪’ର କାମ

୨୦୦୩ରେ ରାକେଶ ରୋଶନ୍ ନିର୍ଦେଶିତ ‘କୋଇ ମିଲ୍ ଗୟା’ ମୁକ୍ତିଲାଭ କରିଥିଲା। ମୁଖ୍ୟ ଭୂମିକାରେ ରେଖା, ହ୍ରିତିକ୍ ରୋଶନ୍ ଓ ପ୍ରୀତି ଜିଣ୍ଟା ଅଭିନୟ କରିଥିବାବେଳେ ଚଳଚ୍ଚିତ୍ର ଖୁବ୍ ଭଲ ବ୍ୟାବସାୟିକ ସଫଳତା ପାଇଥିଲା। ଏହାର ସଫଳତା ଦେଖିବା ପରେ ରାକେଶ ଓ ତାଙ୍କ ପୁଅ ହ୍ରିତିକ୍ ଦ୍ବିତୀୟ ଭାଗର ଯୋଜନା କରିଥିଲେ ଓ ତାହା ୨୦୦୬ରେ ପରଦା ଉପରକୁ ଆସିଥିଲା। ‘କ୍ରିଶ୍’ ଦର୍ଶକଙ୍କ ଦ୍ବାରା ଆଦୃତ ହେବା ପରେ ଥ୍ରୀଡି ଚଳଚ୍ଚିତ୍ର ‘କ୍ରିଶ୍-୩’ ମୁକ୍ତିଲାଭ କରିଥିଲା। ସୁପରହିଟ୍ ଏଇ ଚଳଚ୍ଚିତ୍ର ପରେ ପିତା-ପୁତ୍ର ଚତୁର୍ଥ ଭାଗ ପାଇଁ ଯୋଜନା କଲେ। ଗତ ବର୍ଷ ରାକେଶ୍ ସ୍ପଷ୍ଟ କରିଥିଲେ ଯେ ଜାନୁଆରୀ ୨୦୧୯ ସୁଦ୍ଧା କ୍ରିଶ୍-୪ର କାମ ଆରମ୍ଭ ହେବ। କ୍ରିଶ୍‌ର ସୁଟିଂ ଆରମ୍ଭ ହେବା ପରେପରେ ହିଁ ରାକେଶ କର୍କଟ ରୋଗରେ ଆକ୍ରାନ୍ତ ଥିବାର ଜଣାପଡ଼ିଥିଲା। ଏଣୁ ଚଳଚ୍ଚିତ୍ରର କାମ ଅଧାରୁ ବନ୍ଦ ରହିଥିଲା। ଏଇ ନିକଟରେ ହ୍ରିତିକ୍ କହିଛନ୍ତି, ବାପା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ଶୀଘ୍ର ‘କ୍ରିଶ୍-୪’ର କାମ ଆରମ୍ଭ କରିବାକୁ ସେ ଜୋର୍ ଦେଉଛନ୍ତି। ୨୫୦କୋଟିରୁ ଅଧିକ ଏହି ଚଳଚ୍ଚିତ୍ରର ବଜେଟ୍ ହେବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ଚଳଚ୍ଚିତ୍ର ମୁକ୍ତିଲାଭ କରିପାରେ ବୋଲି ହ୍ରିତିକ୍‌ଙ୍କ ମତ ଦେଇଛନ୍ତି।

Comments are closed.