ଆରପାରିରେ କ୍ରୀଷ୍ଣା ରାଜକପୁର

0

ମୁମ୍ବଇ : ହିନ୍ଦୀ ସିନେଜଗତର ପ୍ରସିଦ୍ଧ ଅଭିନେତା ରାଜ୍ କପୁରଙ୍କ ପତ୍ନୀ କ୍ରୀଷ୍ଣା ରାଜ କପୁରଙ୍କର ସୋମବାର ସକାଳେ ମୁମ୍ବଇଠାରେ ପରଲୋକ ହୋଇ ଯାଇଛି। ସେ ଭୋର ୪ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁର ଖବର ପ୍ରଥମେ ବଲିଉଡ଼୍‍ ଅଭିନେତ୍ରୀ ରବିନା ଟଣ୍ଡନ୍ ଟ୍ୱିଟର୍‍ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ।

୧୯୪୬ ମସିହାରେ ସେ ରାଜ୍ କପୁରଙ୍କୁ ବିବାହ କରିଥିଲେ। ତାଙ୍କର ତିନି ପୁଅ ରଣଧୀର କପୁର,ଋଷି କପୁର ଏବଂ ରାଜୀବ କପୁର। ଏମାନେ ସମସ୍ତେ ଅଭିନେତା-ନିର୍ଦ୍ଦେଶକ। ସେହିପରି ବିଗତ ଦିନର ଲୋକପ୍ରିୟ ନାୟିକା ବବିତା ଏବଂ ନୀତୁ ସିଂହ ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ବୋହୂ।

ଆଜିର ଲୋକପ୍ରିୟ ବଲିଉଡ ନାୟକ ରଣବୀର କପୁର ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ନାତି ଓ ଜଣାଶୁଣା ଅଭିନେତ୍ରୀ କରିଶ୍ମା କପୁର ଏବଂ କରିନା କପୁର ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ନାତୁଣୀ। ଭାରତୀୟ ଚଳଚ୍ଚିତ୍ର ଜଗତର ଗୋଟିଏ ଯୁଗର ପ୍ରତ୍ୟକ୍ଷଦର୍ଶୀ କ୍ରୀଷ୍ଣା ରାଜ କପୁରଙ୍କର ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

Leave A Reply