‘କୃଷି କୁମ୍ଭ’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

0

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଶୁକ୍ରବାର ଲକ୍ଷ୍ନୌରେ ଆୟୋଜିତ କୃଷି କୁମ୍ଭକୁ ଉଦଘାଟନ କରିବା ସହିତ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧନ କରିଛନ୍ତି । କୃଷକମାନଙ୍କର ଏହି ମହୋତ୍ସବ ନୂତନ ଜ୍ଞାନ କୌଶଳକୁ ପ୍ରଭାବିତ କରିବା ସହିତ କୃଷି କ୍ଷେତ୍ରରେ ଉତ୍ତମ ସୁଯୋଗ ସୃଷ୍ଟିର ମାର୍ଗ ପ୍ରଶସ୍ତ କରିଛି ବୋଲି  ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

ଖାଦ୍ୟାନ୍ନ କ୍ରୟ ବୃଦ୍ଧି କରିବାର ନିଜ ପ୍ରଚେଷ୍ଟା ପାଇଁ ଉତ୍ତର ପ୍ରଦେଶ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।  କୃଷକ ହେଉଛନ୍ତି ସେହିମାନେ ଯେଉଁମାନେ ଦେଶକୁ ଆଗକୁ ନେଇଥାଆନ୍ତି ବୋଲି ସେ ଗୁରୁତ୍ୱ ପ୍ରଦାନ କରି କହିଥିଲେ ।  ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟକୁ ଦୁଇ ଗୁଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ । କୃଷି କ୍ଷେତ୍ରରେ ଖର୍ଚ୍ଚକୁ କମ କରିବା ଏବଂ ଲାଭ ବୃଦ୍ଧି ପାଇଁ ପଦକ୍ଷେପଗୁଡିକ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଖୁବ ଶୀଘ୍ର  ଦେଶସାରା ଚାଷଜମିରେ ଅଧିକ ସଂଖ୍ୟାରେ ସୌର ପମ୍ପମାନ ପ୍ରତିଷ୍ଠା କରାଯିବ । କାରିଗରୀ କୌଶଳର ଉପଯୋଗ କରି କୃଷି ଓ କୃଷକଙ୍କୁ ଲାଭ ପ୍ରଦାନ କରିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି  । ସେ କହିଥିଲେ ଯେ ବାରାଣସୀରେ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବା  ହେଉଛି ଏହାର ଅଂଶ ବିଶେଷ  ।

ପ୍ରଧାନମନ୍ତ୍ରୀ କୃଷିରେ ମୂଲ୍ୟ ସମ୍ବର୍ଦ୍ଧନର ଗୁରୁତ୍ୱ ବିଷୟରେ ମଧ୍ୟ ଆଲୋଚନା କରିଥିଲେ  । ସେ ଖାଦ୍ୟ ପ୍ରକ୍ରୀୟାକରଣ କ୍ଷେତ୍ରରେ କରାଯାଇଥିବା ପଦକ୍ଷେପଗୁଡିକର ଉଲ୍ଲେଖ କରିଥିଲେ  । ସେ କହିଥିଲେ ଯେ ସବୁଜ ବିପ୍ଳବ ପରେ ଦୁଗ୍ଧ ଉତ୍ପାଦନ, ମହୁ ଉତ୍ପାଦନ, କୁକୁଡା ଏବଂ ମତ୍ସ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି  ।

ପ୍ରଧାନମନ୍ତ୍ରୀ ଏହି କୃଷି କୁମ୍ଭରେ ଜଳ ସଂସାଧନର ନ୍ୟାୟସଙ୍ଗତ ଉପଯୋଗ, ଭଣ୍ଡାରଣ ପାଇଁ ଉତ୍ତମ ପ୍ରଯୁକ୍ତି ଏବଂ ଚାଷରେ ନୂତନ ଜ୍ଞାନ କୌଶଳର ଉପଯୋଗ ଭଳି ବିଷୟ ଉପରେ ଅଧିକ ଆଲୋଚନା କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ  । ସେ ନୂତନ ପ୍ରଯୁକ୍ତି ବିଦ୍ୟା ଏବଂ କୌଶଳ ବିକାଶର ଆବଶ୍ୟକତା ଉପରେ ଜୋର ଦେଇଥିଲେ ଯାହାକି ଅମଳ ପରବର୍ତ୍ତି ଫସଲ ଅବଶିଷ୍ଟାଂଶ ପୋଡି ପରିବେଶକୁ ନଷ୍ଟ କରିବା ଭଳି ପରିସ୍ଥିତିକୁ ଶେଷ କରିବାରେ ସହାୟକ ହେବ  ।

Leave A Reply