ଝାରସୁଗୁଡ଼ାରେ ୧୫ ଘଣ୍ଟା ଧରି ପଡି ରହିଲା କୋଭିଡ ଯୋଦ୍ଧାଙ୍କ ମୃତ ଦେହ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହରରେ ସ୍ଵାସ୍ଥ୍ୟ ବିଭାଗର ବିକଳ ଚିତ୍ର

ଝାରସୁଗୁଡା: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କୋଭିଡ ଯୋଦ୍ଧାଙ୍କ ମୃତଦେହ ଦୀର୍ଘ ୧୫ ଘଣ୍ଟା ହେଲା ପଡି ରହିଥିଲା । ସେ ଆଉ କିଏ ନୁହଁନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ​‌ରେ ହିଁ ଦୀର୍ଘ ୩୦ ବର୍ଷ ଧରି ଅସ୍ତ୍ରୋପଚାର ବିଭାଗରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ଶରତ ଚନ୍ଦ୍ର ପୋଡ଼ ।

(1) WhatsApp

ଡାକ୍ତରଖାନାରେ ହିଁ କାର୍ଯ୍ୟରତ ସମୟରେ ଗତ ୧୪ ତାରିଖରେ ସୁଶାନ୍ତ କରୋନା ସଂକ୍ରମଣର ଶିକାର ହୋଇଥିଲେ । ଜଣା ପଡିବା ପରେ କୋଭିଡ ଡାକ୍ତର ଖାନାରେ ଭର୍ତି ହୋଇଥିଲେ । ୨୪ ତାରିଖରେ ସେ ସୁସ୍ଥ ହୋଇଥିଲେ। ସୁସ୍ଥ ହେବା ପରେ ଘରକୁ ଫେରି ଥିଲେ । ମାତ୍ର ପୁଣି ଅସୁସ୍ଥ ହେବାରୁ ଗତ କାଲି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଚିକିତ୍ସା ଧୀନ ଅବସ୍ଥାରେ ରବିବାର ସକାଳ ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ପରିବାର ଲୋକେ ମୃତ ଶରୀର ନେବାକୁ ଦାବି କରିଥିଲେ ମାତ୍ର ଯେହେତୁ କୋଭିଡ ସଂକ୍ରମଣ ଆଶଙ୍କା ରହିଛି ଏଣୁ ଡାକ୍ତର ଖାନା କର୍ତ୍ତୃପକ୍ଷ ଶବ ହସ୍ତାନ୍ତର କରି ନଥିଲେ କି କୋଭିଡ ମାର୍ଗଦର୍ଶିକା ଅନୁସାରେ ଦାହ ସଂସ୍କାର କରିନଥିଲେ ବୋଲି ଅଭିଯୋଗ ହୋଇଛି ।

ଯାହାଫଳରେ ମୃତକଙ୍କ ସମ୍ପର୍କୀୟ ଓ ପରିବାର ସଦସ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଡି ରହିଥିଲେ। ଧୀରେ ଧୀରେୂଉତ୍ତେଜନା ବଢ଼ିବାରୁ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଓ ପୋଲିସ ପହଞ୍ଚି ଥିଲେ । ଶବ ବାହକ ଗାଡି ଅଚଳ ହୋଇ ପଡ଼ିଥିବାରୁ ବିଳମ୍ବ ହୋଇଥିଲା ବୋଲି ଡାକ୍ତର ଖାନା ତରଫରୁ କୁହାଯାଇଛି । କୋଭିଡ ମାର୍ଗଦର୍ଶିକା ଅନୁସାରେ ତାଙ୍କର ଶବ ସତ୍କାର କରାଯିବ ବୋଲି କୁହାଯାଇଛି ।

Comments are closed.