କଖଡି ପଞ୍ଚାୟତରେ କୋଭିଡ ଯୋଦ୍ଧାମାନଙ୍କ ପାଇଁ ଶପଥପାଠ

ଗୁରୁଡିଝାଟିଆ: କରୋନାରେ କାର୍ଯ୍ୟରତ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ୧ମିନିଟ ନୀରବ ପ୍ରାର୍ଥନା ଓ ଶପଥପାଠ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି କରୋନା ପାଇଁ ସମସ୍ତ ପ୍ରତିକୂଳ ପରିବେଶ ଭିତରେ କାର୍ଯ୍ୟ କରୁଥିବା କୋଭିଡ ଯୋଦ୍ଧାମାନଙ୍କ ପାଇଁ କଖଡି ପଞ୍ଚାୟତ କାର୍ଯ୍ୟାଳୟରେ ଶପଥ ପାଠ ଓ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତିଙ୍କ ଉପସ୍ଥିତିରେ ବେଣୁଧର ମହାନ୍ତି, ନରେନ୍ଦ୍ର ସାହୁ ବିଜୟ ରାଉତ, ବାନାମ୍ବର ସେଠୀ, ଦାଶରଥି ବେହେରା, ଶ୍ରୀକାନ୍ତ ଖଟୁଆ ପ୍ରମୁଖ ଉପସ୍ଥିତ ରହି ଶପଥପାଠ କରିଥିଲେ।

Comments are closed.