କଟକ ଏସସିବିରେ କୋଭିଡ୍‍-୧୯ନମୁନା ପରୀକ୍ଷା ଆରମ୍ଭ

ସମାଜ ପୋର୍ଟାଲ ଡେସ୍କ: କଟକସ୍ଥିତ ଏସସିବିରେ କୋଭିଡ୍‍-୧୯ନମୁନା ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ପାଇଁ ଭାରତ ସରକାରଙ୍କ ଆଇସିଏମଆର ଅନୁମତି ପ୍ରଦାନ କରିଛି। ଏସସିବିକୁ ମିଶାଇଲେ ଓଡିଶାରେ କୋଭିଡ-୧୯ ପରୀକ୍ଷା କେନ୍ଦ୍ର ସଂଖ୍ୟା ୩ରେ ପହଞ୍ଚିଛି। ଆଗାମୀ ଦିନରେ ବ୍ରହ୍ମପୁରାର ଏମ୍‍କେସିଜି ଓ ସମ୍ବଲପୁରର ଭୀମସାର ହସ୍ପିଟାଲରେ ନମୁନା ପରୀକ୍ଷା କେନ୍ଦ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଏସସିବିରେ ଗତକାଲି ୩ଜଣ ସନ୍ଦିଗ୍ଧଙ୍କ ସ୍ୱାବ୍‍ ଓ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ଏହି ସବୁ ରିପୋର୍ଟ ନେଗେଟିଭ ଆସିଛି। ପରୀକ୍ଷା ପାଇଁ ଆବଶ୍ୟକୀୟ କିଟ୍‍ ଓ ଯନ୍ତ୍ରପାତି ସରକାର ଯୋଗାଇ ଦେବା ପରେ ଏସସିବିରେ ଏହି ପରୀକ୍ଷା ଆରମ୍ଭ ହୋଇଛି। ଏସସିବିରେ ଏହି ସେବା ଉପଲବ୍ଧ ହେବା ପରେ ଏଣିକି ଗୋଟିଏ ଦିନରେ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ମିଳିପାରିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଇତି ମଧ୍ୟରେ ଏସ୍‍ସିବିରେ କରୋନା ୱାର୍ଡ ମଧ୍ୟ କାର୍ଯ୍ୟକ୍ଷମ। ସେହିପରି ଦୁଇଟି ସ୍ଥାନରେ କୋଭିଡ୍‍-୧୯ ପାଇଁ ଆଇସୋଲେସନ ମଧ୍ୟ ଖୋଲାଯାଇଛି।

Comments are closed.