କୋଭିଡ଼-୧୯ ହସ୍ପିଟାଲର ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଉତ୍ତେଜନା

ଅନୁଗୁଳ : ସାରା ରାଜ୍ୟରେ ଏବେ କୋରନା ବିସ୍ଫୋରକ ରୂପ ନେଇଛି। ଏହି ପର୍ଯ୍ୟାୟରେ ଅନୁଘଉଳ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୫ରେ ପହଞ୍ଚିଛି । ରାଜ୍ୟ ସରକାର କୋରନା ମୁକାବିଲା କରିବା ପାଇଁ ତାଳଚେର ସ୍ଥିତ ନେହେରୁ ଶତାବ୍ଦୀ ଚିକିତ୍ସାଳୟରେ ତିଆରି ହୋଇଥିବା କୋଭିଡ଼-୧୯ ହସ୍ପିଟାଲରେ ଏବେ ସମସ୍ତ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ତେବେ ଏଠାରେ ଏହି ସଂକ୍ରମିତ ମାନେ ଚିକିତ୍ସା ହେଉଥିବା ବେଳେ ବୁଧବାର ଏହି କୋଭିଦ ହସ୍ପିଟାଲର ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଏହି ବର୍ଜ୍ୟବସ୍ତୁକୁ ତାଳଚେର ମଣ୍ଡାପାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ପକାଇବାକୁ ଯୋଜନା କରାଯାଇଥିଲା। ଏଭଳି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳବାସୀ ବର୍ଜ୍ୟବସ୍ତୁ ପରିଚାଳନା ପରିବହନ ଗାଡିକୁ ଅଟକାଇ ବିରୋଧ କରିଥିଲେ। ଘଟଣା ସ୍ଥଳରେ କିଛି ସମୟ ପର୍ଯ୍ୟନ୍ତ ସାମାନ୍ୟ ଉତ୍ତେଜନା ଲାଗି ରହିଥିଲା। କିଛି ସମୟ ପରେ ତାଳଚେର ଉପଜିଲାପାଳ, ତହସିଲଦାର ଓ ଆଇଆଇସି ପହଞ୍ଚି ଲୋକଙ୍କ ସହିତ ଆଲୋଚନା ହୋଇଥିଲା। ଜିଲା ପ୍ରଶାସନ ଓ ନେହେରୁ ଶତାବ୍ଦୀ ହସ୍ପିଟାଲର ତାଳ ମେଳ ଅଭାବ ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।

Comments are closed.