ଆନ୍ଧ୍ରକୁ ଛାଡ଼ୁନି କୋଟିଆ ମୋହ; ବନ୍ଦ କଲା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ୱର: ଆନ୍ଧ୍ରକୁ ଛାଡ଼ୁନି କୋଟିଆ ମୋହ । ବାରମ୍ବାର ଆନ୍ଧ୍ରପ୍ରଦେଶ ସରକାର କୋଟିଆରେ ନିଜର ସ୍ଥିତିତ୍ୱ ଜାହିର କରୁଛନ୍ତି । କେତେବେଳେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ତ କେତେବେଳେ ସରକାରୀ ଅଧିକାରୀ ବିଭିନ୍ନ ଦାଦାଗିରି ଦେଖାଉଛନ୍ତି । ବର୍ତ୍ତମାନ ପୁଣି କୋଟିଆରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ମାନେ ଦାଦାଗିରି ଚଳାଇଥିବାର ଖବର ଆସିଛି । ନେରେଡିବାଲସାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ନେଇ ସରକାରୀ ଅଧିକାରୀ ମାନେ ଦବଙ୍ଗଗିରି କରିଥିବା ଦେଖିବାକୁ ମିଳିଛି । ଜବରଦସ୍ତି ଆନ୍ଧ୍ରର ସରକାରୀ ଅଧିକାରୀ ମାନେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଛନ୍ତି । ରାସ୍ତା ଖୋଳାଯାଇ କାର୍ଯ୍ୟ ଚାଲୁଥିବା ବେଳେ ଅଧିକାରୀମାନେ କାମକୁ ବନ୍ଦ କରିଥିବା ଅଭିଯୋଗ ହୋଇଛି । ଅଧିକାରୀମାନେ ଏହି ରାସ୍ତା ଆନ୍ଧ୍ରର ବୋଲି କହି କାର୍ଯ୍ୟ ବନ୍ଦ କରିଥିବା କହିଛନ୍ତି ସାଲୁର ମଣ୍ଡଲମ୍‌ ସରକାରୀ ଅଧିକାରୀ । ଖାଲି ସେତିକି ନୁହେଁ କାମ କରାଉଥିବା ଠିକାଦାରଙ୍କ ନାଁରେ ମଧ୍ୟ ସାଲୁର ରୁରାଲ ଥାନାରେ ଅଭିଯୋଗ ହୋଇଛି ।

Comments are closed.