କୋଟଗଡ ଏସବିଆଇ ସିଲ୍‍

ଫୁଲବାଣୀ: କୋଟଗଡ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଆଜି ସିଲ୍‍ ହୋଇଥିବା ସୂଚନା ମିଳିଛି। ଏହି ବ୍ୟାଙ୍କର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ଭୁବନେଶ୍ୱରରେ ଥିବା ନେଇ ଖବର ମିଳିବା ପରେ ପ୍ରଶାସନ ବ୍ୟାଙ୍କକୁ ସାନିଟାଇଜ୍‍ କରି ସିଲ୍‍ କରିଥିବା ସୂଚନା ମିଳିଛି।

ଏହାକୁ ମିଶାଇ ଜିଲ୍ଲାର ୬ଟି ବ୍ୟାଙ୍କ ସିଲ୍‍ ହୋଇଛି। ପୂର୍ବରୁ ବ୍ୟାଙ୍କର ଫୁଲବାଣୀ ସ୍ଥିତ ଆଂଚଳିକ କାର୍ୟ୍ୟାଳୟ, ମୁଖ୍ୟ ଶାଖା, ବଜାର ଶାଖା, ଜି ଉଦୟଗିରି ଶାଖା, ଖଜୁରିପଡା ଶାଖା ଓ ଦାରିଙ୍ଗିବାଡି ଶାଖାକୁ ପ୍ରଶାସନ ସିଲ୍‍ କରିଛି।

Comments
Loading...