କୋଟଗଡରେ ଚାଲି ଚାଲି ପହଁଚିଲେ ଗୁମା ସେବାଶ୍ରମର ୪ ଅନ୍ତେବାସୀ

0

କୋଟଗଡ: ତୁମୁଡିବନ୍ଧ ବ୍ଲକର ଗୁମାରେ ସେବାଶ୍ରମର ଚାରିଜଣ ପାହାଡ ଦେଇ ଚାଲି ଚାଲି ଆସି କୋଟଗଡରେ ପହଁଚିଥିଲେ। ସେମାନେ  ହେଲେ ପିତର ସୁନାମାଝୀ, ଆକାଶ ବଡମାଝୀ, ଲୁରେନ  ପାଟମାଝୀ, ନିପାରା  ମୁଣ୍ଡାମାଝୀ । ସମସ୍ତ ଛାତ୍ରଙ୍କ ଘର କୋଟଗଡ ବ୍ଲକ ରଢା ଗ୍ରାମରେ ବୋଲି ଜଣାପଡିଛନ୍ତି  । ସେମାନେ କହିଛନ୍ତି ଆକାଶ ବଡମାଝୀର ପେଟ ବ୍ୟଥା ହେଉଥିଲା । ଶିକ୍ଷକଙ୍କୁ କହିଲେ ମାଡ ହେବ ବୋଲି ଭୟରେ ପାହାନ୍ତିଆରୁ ଲୁଚି ପାହାଡ ଦେଇ ଜଙ୍ଗଲ ରାସ୍ତାରେ କୋଟଗଡର ହରିପୁର ନିକଟରେ ପହଁଚିଥିଲେ  । ସ୍ଥାନୀୟ ଲୋକେ ତାଙ୍କଠାରୁ ଘଟଣା ସମ୍ପର୍କରେ ବୁଝିବାପରେ ତାଙ୍କୁ ହୋଟେଲରେ ଖୁଆଇ ତାଙ୍କ ଗାଁ ରଢାକୁ ଯାଉଥିବା ଡୁପୁନ ଏଣ୍ଡ ଡୁପୁନ ବସରେ ବସାଇଦେଇଥିଲେ । ଏହି ଘଟଣା ଜାଣିବା ପରେ ସମ୍ପୃକ୍ତ ସେବାଶ୍ରମଟି ଦୁର୍ଗମ ଅଂଚଳରେ ହୋଇଥିବାରୁ ଶିକ୍ଷକ ସହ ଯୋଗାଯୋଗ ହୋଇପାରିନଥିଲା ।

Leave A Reply