କୋଟଗଡରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ

କୋଟଗଡ : କୋଟଗଡର ସରକାରୀ ଅନୁସୂଚିତ ଜନଜାତି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତ ସମିତି ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।  ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରଡା.ସସ୍ମିତା ଦେବୀ, ଇଏନଟି ସ୍ପେସିଆଲିଷ୍ଟ, ଶଲ୍ୟ ବିଭାଗ ରଡା. ସାହାରୁଖ ଅହମଦ ଖାନ, ଚକ୍ଷୁ ଡା. ବିଦୁଲତା ମିଶ୍ର, ଏମ ଆର ଅଜିତ ଦଳେଇ ସମେତ ଟିମଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିର ରେଧରାକୋଟ ପଞ୍ଚାୟତର ଡଡିଙ୍ଗା ମାଝୀ, ମାଦାଗୁଡ଼ା ପଞ୍ଚାୟତର ରୁବିକା ପାଟମାଝୀ, ସାର୍ତ୍ତୁଳ ପଂଚାୟତର ପ୍ରମିଳା ସୁକାମଝି ସମେତ ୬ ଜଣଙ୍କୁ ହ୍ୱିଲ ଚେୟାର ଓ ୫ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। ତା ସହ ମୋଟ ୧୭୮ଜଣ ଭିନ୍ନକ୍ଷମ ଶିବିରରେ ଅଂଶଗ୍ରହଣ କରିଥିଲେ।  ଏଥିରେ କୋଟଗଡ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ,ଏ ବିଡ଼ିଓ ମୋହନ ମାଲିକ, ଏସିଓ ଅଶୋକ ଗଉଡ଼, ଡବ୍ଲୁଇଓ ମୋହନ ଚୌହାନ ସମେତବିଦ୍ୟାଳୟ ର ଶିକ୍ଷକ, ପ୍ରତ୍ୟେକ ପଞ୍ଚାୟତର ମହିଳା ଅଙ୍ଗନବାଡି କର୍ମୀ, ପିଇଓ ଏବଂ ଗ୍ରାମ ରୋଜଗାର ସହାୟକ ମାନେ ପରିଚାଳନା କରିଥିଲେ।

Comments are closed.