‘କୋଶଳ ପ୍ରବାହ’ର ୱେବ୍‍ ନ୍ୟୁଜ୍‍ ପୋର୍ଟାଲ୍‍ ଲୋକାର୍ପିତ

ବଲାଙ୍ଗିର : ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୱେବ୍‍ ନ୍ୟୁଜ୍‍ ପୋର୍ଟାଲ୍‍ ‘କୋଶଳ ପ୍ରବାହ ଲାଇଭ୍‍’ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଲୋକାର୍ପିତ ହୋଇଯାଇଛି। କୋଭିଡ଼୍‍-୧୯ ନିୟମ ତଥା ସାମାଜିକ ଦୂରତା ରକ୍ଷା କରି ସୀମିତ ସାମ୍ବାଦିକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ନିରାଡ଼ମ୍ବର ଲୋକାର୍ପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ‘କୋଶଳ ପ୍ରବାହ’ ସଂପାଦକ ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଛନ୍ତି ଯେ, ସମ୍ବାଦ ପରିବେଷଣ ସମୟରେ ସାମ୍ବାଦିକ କେବଳ ସମ୍ବାଦ ପରିବେଷଣ କରିବା ଦିଗରେ ଧ୍ୟାନ ଦେବା ଉଚିତ। ନିଜସ୍ୱ ମନ୍ତବ୍ୟ ଓ ଖବରକୁ ମିଶ୍ରଣ କରି ସମ୍ବାଦ ପରିବେଷଣ କଲେ, ଖବରର ମାନ ନ୍ୟୁନ ହୋଇଥାଏ। ଏଣୁ ସାମ୍ବାଦିକମାନେ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଦିଗରେ ଯଥା ସମ୍ଭବ ଚେଷ୍ଟିତ ହେବା ଉଚିତ; ଯାହାଦ୍ୱାରା ଉଭୟ ସମ୍ବାଦ, ସମାଜ ଓ ରାଜନୀତିର ଫର୍ଚ୍ଚା ଚିତ୍ର ଲୋକଲୋଚନକୁ ଆସି ପାରିବ। ‘କୋଶଳ ପ୍ରବାହ’ର ୱେବ୍‍ ନ୍ୟୁଜ୍‍ ପୋର୍ଟାଲ ଆରମ୍ଭ ଭଳି ପଦକ୍ଷେପ ନିଶ୍ଚୟ ସମାଜ ପାଇଁ ବିଶେଷ ଉପକାରୀ ହେବ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବଲାଙ୍ଗିର ଜିଲା ପ୍ରତିନିଧି ଦେବାଶିଷ ମିଶ୍ର।

Comments are closed.