ଧାନ ମଣ୍ଡିରେ ଅବ୍ୟବସ୍ଥା, ଲ୍ୟାମ୍ପ୍ସରେ ତାଲା ପକାଇଲେ ଚାଷୀ

କୋଷାଗୁମୁଡା: ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ୍‍ରେ ଶୁକ୍ରବାର ଧାନମଣ୍ଡିର ଅବ୍ୟବସ୍ଥା ନେଇ ଚାଷୀ ଲ୍ୟାମ୍ପ୍ସ କାର୍ୟ୍ୟାଳୟକୁ ବାହାର ପଟୁ ତାଲା ଝୁଲାଇ ଦେଇଥିଲେ। ଚଳିତ ବର୍ଷ ଲ୍ୟାମ୍ପ୍ସରେ ୧ଲକ୍ଷ ୩୯ ହଜାର ୬୧୫ କ୍ୱିଣ୍ଟାଲ ଧାନକ୍ରୟ ହୋଇଥିବା ବେଳେ ବଳକା ୧୨୨୯ ଜଣ ଚାଷୀଙ୍କଠାରୁ ମୋଟ ୮୭ହଜାର ୭୬୬ କ୍ୱିଣ୍ଟାଲ ଧାନ କ୍ରୟ କରିବା ଲକ୍ଷ୍ୟ ବାକି ରହିଛି। ଏଥିନିମନ୍ତେ ଚାଷୀ ପଞ୍ଜିକୃତ ହୋଇ ଟୋକେନ୍‍ ମଧ୍ୟ ପାଇସାରିଛନ୍ତି।

 

ବର୍ତ୍ତମାନ କୋଷାଗୁମୁଡା ଲ୍ୟାମ୍ପ୍‍ସରେ ମୋଟ ୧୨ ହଜାର କ୍ୱିଣ୍ଟାଲ୍‍ ଧାନ କିଣିବା ପାଇଁ ଟାର୍ଗେଟ୍‍ ରହିଛି। ଯାହାକୁ ନେଇ ଚାଷୀ ମଣ୍ଡିରେ ଆଣି ଧାନକୁ ଜମା କରି ରଖିଥିଲେ ମଧ୍ୟ ତାହା ବିକ୍ରୟ ହୋଇପାରୁ ନାହିଁ। ଉତ୍ତ୍ୟକ୍ତ ଚାଷୀ କାର୍ୟ୍ୟାଳୟକୁ ବାହାର ପଟୁ ତାଲା ପକାଇ ସେହିଠାରେ ଧାରଣା ଦେଇ ବସିଥିଲେ। କୋଡିଙ୍ଗା ତହସିଲଦାର ସବ୍ୟସାଚୀ ଜେନା, ଏମ୍‍ଆଇ ଦେବେନ୍ଦ୍ର ପଟ୍ଟନାୟକ ଆସି ଦିଆଯାଇଥିବା ଟୋକେନ୍‍ର ମୋଟ ୩୦ ପ୍ରତିଶତ ଧାନ ବିକ୍ରୟ କରିବା ପାଇଁ ରାଜି କରାଇଥିଲେ। ଖବର ଲେଖା ସମୟ ପର୍ୟ୍ୟନ୍ତ କୌଣସି ପ୍ରକାର ସମାଧାନ ପନ୍ଥା ବାହାରି ପାରି ନ ଥିଲା। ଚାଷୀମାନେ ଲ୍ୟାମ୍ପ୍‍ସରେ ହିଁ ଜମା ହୋଇ ରହିଥିଲେ।

Comments are closed.