ଭାଇରାଲ ଭିଡିଓ: ମାଧୁରୀଙ୍କ ‘ଘାଘରା’ ଗୀତରେ ମସଗୁଲ କୋରିଆ ଛାତ୍ରଛାତ୍ରୀ

ଡେସ୍କ: କୋରିଆ ଅଧିବାସୀମାନଙ୍କର ବଲିଉଡ ଚଳଚ୍ଚିତ୍ର ଓ ସଂଗୀତ ପ୍ରତି ବିଶେଷ ରୁଚି ରହିଛି। ଏବେ ଭାଇରାଲ ହେଉଥିବା ଏକ ଡାନ୍ସ ଭିଡିଓରୁ ଏହା ସ୍ପଷ୍ଟ ହୋଇଛି। ଏହି ଭିଡିଓରେ କୋରିଆର କେତେଜଣ ଛାତ୍ରଛାତ୍ରୀ ହିନ୍ଦୀ ଚଳଚ୍ଚିତ୍ର ‘ୟେ ଯୱାନି ହେ ଦିୱାନି’ରେ ମାଧୁରୀ ଦୀକ୍ଷିତ ଅଭିନୀତ ‘ଘାଘରା’ ଗୀତରେ ନୃତ୍ୟ ପରିବେଷଣ କରିଛନ୍ତି।


କୋରିଆର ସେହି ଛାତ୍ରଛାତ୍ରୀମାନେ ପାରମ୍ପରିକ ଭାରତୀୟ ବେଶଭୂଷାରେ ୨୦୧୩ର ଏହି ଚଳଚ୍ଚିତ୍ର ‘ୟେ ଯୱାନି ହେ ଦିୱାନି’ର ଗୀତରେ ନୃତ୍ୟ କରୁଥିବା ଭିଡିଓ ଏବେ ଭାରତୀୟ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରବଳ ମାତ୍ରାରେ ସେୟାର ହେଉଥିବା ଜଣାପଡିଛି।

Comments are closed.