‘ୟୁଥ୍ ଫର ଭଲ୍ୟୁଣ୍ଟାରି ୱାର୍କ’ ତରଫରୁ ମହିଳା ଚାଷୀଙ୍କୁ କରୋନା ଯୋଦ୍ଧା ସମ୍ମାନ

କୋରାପୁଟ : ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ‘ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ’ ତରଫରୁ କୋରାପୁଟ ଜିଲ୍ଲା ଶିମିଳିଗୁଡ଼ା ବ୍ଲକ୍, ପିତାଗୁଡ଼ା ପଞ୍ଚାୟତ ଚୋରିମାଲିପୁଟ ଗାଁର ୫୦ରୁ ଊର୍ଦ୍ଧ୍ବ ମହିଳା ଚାଷୀଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ କରାଯାଇଛି। ଚାଷୀମାନେ ଦେଶର ମେରୁଦଣ୍ଡ। ଏହି କରୋନା ମହାମାରୀ ସମୟରେ ସବୁ ବନ୍ଦ ଥିବା ବେଳେ ମଧ୍ୟ ଆମେ ଘରେ ରହି ଖାଇପାରୁଛୁ। କିନ୍ତୁ ଯୋଉ ଖାଦ୍ୟ ଖାଇ ଆମେ ବଞ୍ଚିଛୁ, ତା’ର ଉତ୍ପାଦନକାରୀ ଚାଷୀ ପ୍ରତି କେବେ ଆମେ ଉତ୍ତମ ମନୋଭାବ ପୋଷଣ କରିନାହୁଁ। ଥରେ ଭାବନ୍ତୁତ, ଏହି ଲକ୍ଡାଉନ୍ ସମୟରେ ସବୁ ବନ୍ଦଥିଲାବେଳେ ଯଦି ଆମ ପାଖରେ ଖାଇବା ପାଇଁ କିଛି ନଥାନ୍ତା, ତାହାଲେ ଅଜସ୍ର ଅଧିକାରୀ ମଧ୍ୟ ଖାଦ୍ୟ ନ ପାଇ ମୃତ୍ୟୁବରଣ କରିଥାନ୍ତେ। ଏହି କଥାଗୁଡ଼ିକୁ ଆଖି ଆଗରେ ରଖି, ‘ୟୁଥ୍ ଫର ଭଲ୍ୟୁଣ୍ଟାରି ୱାର୍କ’ ସଙ୍ଗଠନ ତରଫରୁ ମହିଳା ଚାଷୀମାନଙ୍କୁ କରୋନା ଯୋଦ୍ଧା ରୂପେ ସମ୍ମାନିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମହିଳା ଚାଷୀମାନଙ୍କୁ ସମ୍ମାନ ସ୍ୱରୂପ ସ୍କାର୍ଫ ପ୍ରଦାନ କଲାବେଳେ ଅତ୍ୟନ୍ତ ଖୁସିରେ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହି କାର୍ଯ୍ୟକ୍ରମରେ ‘ୟୁଥ୍ ଫର ଭଲ୍ୟୁଣ୍ଟାରି ୱାର୍କ’ର ସଂଯୋଜିକା ଶୁଭଶ୍ରୀ ମହାନ୍ତି, ସୋସିଆଲ୍ ମିଡିଆ ସଂଯୋଜିକା ଭାଗ୍ୟଶ୍ରୀ ମହାନ୍ତି ଓ ସ୍ୱେଚ୍ଛାସେବୀ ସଦସ୍ୟ ଓଁକାର ମହାନ୍ତି ଉପସ୍ଥିତ ରହି ମହିଳା ଚାଷୀମାନଙ୍କୁ ସମ୍ମାନିତ କରିବା ସହିତ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।

Comments are closed.