ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ

କୋରାପୁଟ : କୋରାପୁଟ ଜିଲା ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ଜଣ ଯୁବକ ନିଖୋଜ ହୋଇଯାଇଥିବା ମଙ୍ଗଳବାର ଜଣାପଡ଼ିଛି। ନିଖୋଜମାନେ ପାଡୁଆ ଗ୍ରାମର। ଘଟଣା ବିଷୟରେ ଆଜି ଜଣାପଡ଼ିବା ପରେ ଓଡ୍ରାଫ ଟିମ ଦ୍ୱାରା ନିଖୋଜ ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଛି।
ସୂଚନା ଯୋଗ୍ୟ, ୫ ଯୁବକ ଏକ ମାଛ ଧାରା ଡଙ୍ଗାନେଇ ଜଲାପୁଟ ଜଳ ଭଣ୍ଡାର ଦେଇ ଆରପାରି ରାମତା ଗ୍ରାମକୁ ଯାଉଥିଲେ । ଜଳ ଭଣ୍ଡାର ମଝିରେ ହଠାତ ଡଙ୍ଗାଟି ବୁଡ଼ିଯାଇଥିଲା। ମୋନଜ ହନ୍ତାଳ ଏବଂ ଅଭୟ ହନ୍ତାଳ ଦୁଇଜଣ ପହଁରି ପହଁରି କୁଳକୁ ଫେରି ଆସିଥିବା ବେଳେ ତିନିଜଣ ସାଙ୍ଗ ବୁଡି ନିଖୋଜ ହିଜଇଥିଲେ । ନିଖୋଜ ତିନି ଜଣ ପ୍ରଶାନ୍ତ ଖରା ,ମୋନୋଜ ହନ୍ତାଳ ଏବଂ ଚିତ ଖିଲ । ଘଟଣା ରବିବାର ଠାରୁ ଘଟିଥିଲେ ମଧ୍ୟ କାହାରୀକୁ ଏହି ଦୁଇ ସାଙ୍ଗ ଭୟଭୀତ ହୋଇ ଜଣାଇ ନଥିଲେ ।
ନିଖୋଜ ଯୁବକ ଘରକୁ ଫେରି ନଥିବାରୁ ପରିବାର ଲୋକେ କାଲି ଖୋଜା ଖୋଜି କରିଥିଲେ । ଗତକାଲି ପରିବାର ଲୋକେ ଯୁବକମାନଙ୍କ ସାଙ୍ଗମାନଙ୍କୁ ପଚାର ଉଚାର କରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ପଡୁଆ ପୁଲିସକୁ ଖବର ଦେବା ପରେ ଗତ କାଲି ରାତି ୮ଟାରେ ପହଞ୍ଚିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.