ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା ; ୨ ମୃତଦେହ ଉଦ୍ଧାର ,ଜଣେ ନିଖୋଜ

କୋରାପୁଟ: କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ଘଟଣାରେ ନିଖୋଜ ୩ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବୁଧବାର ଜଣାପଡ଼ିଛି। ଏବେ ମଧ୍ୟ ଆଉ ଜଣେ ନିଖୋଜ ରହିଛି। ନିଖୋଜ ଯୁବକଙ୍କୁ ଓଡ୍ରାଫ ଟିମ ଦ୍ୱାରା ଖୋଜାଖୋଜି ଜାରି ରଖିଛି।
ସୂଚନା ଯୋଗ୍ୟ, ପାଡୁଆ ଗ୍ରାମର ୫ ଯୁବକ ଏକ ମାଛ ଧରା ଡଙ୍ଗାନେଇ ଜଲାପୁଟ ଜଳଭଣ୍ଡାର ଦେଇ ଆରପାରି ରାମତା ଗ୍ରାମକୁ ଯାଇଥିଲେ । ଜଳଭଣ୍ଡାର ମଝିରେ ଡଙ୍ଗାଟି ବୁଡି ଯାଇଥିଲା । ମନୋଜ ହନ୍ତାଳ ଏବଂ ଅଭୟ ହନ୍ତାଳ ଦୁଇଜଣ ପହଁରି ପହଁରି କୁଳକୁ ଫେରି ଆସିଥିବା ବେଳେ ଆଉ ତିନିଜଣ ସାଙ୍ଗ ଜଲାପୁଟ ଜଳଭଣ୍ଡାରରେ ବୁଡି ନିଖୋଜ ହୋଇଯାଇଥିଲେ। ଘଟଣା ରବି ବାର ଠାରୁ ଘଟିଥିଲେ ମଧ୍ୟ କାହାରୀକୁ ଏହି ଦୁଇ ସାଙ୍ଗ ଭୟଭୀତ ହୋଇ ଜଣାଇ ନଥିଲେ ।
ନିଖୋଜ ହୋଇଥିବା ୩ ଯୁବକ ଘରକୁ ଫେରି ନଥିବାରୁ ପରିବାର ବର୍ଗ କାଲି ଖୋଜା ଖୋଜି କରିଥିଲେ।  ପରିବାର ବର୍ଗ ଯୁବକ ମାନଙ୍କ ସାଙ୍ଗମାନଙ୍କୁ ପଚରଉଚୁରା କରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ପଡୁଆ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଓଡ୍ରାଫ ଟିମ ଆସି ଜଳ ଭଣ୍ଡାରରେ ନିଖୋଜ ଯୁବକଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲା।

Comments are closed.