କୋରାପୁଟ ସାଂସଦ ସପ୍ତଗିରିଙ୍କୁ କରୋନା

ଭୁବନେଶ୍ୱର – କୋରାପୁଟର ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ କରୋନା । ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ସେ ଏହି ସୂଚନା ଦେଇଛନ୍ତି । ସେ କୋଭିଡ୍‌ ପଜେଟିଭ୍‌ ବୋଲି ଚିହ୍ନଟ ହୋଇଥିବା ଏଥିରେ ସେ ସୂଚନା ଦେଇଛନ୍ତି । ତାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ସେ ଏବେ ଘରେ ସଙ୍ଗରୋଧରେ ରହିଥିବା କଥା ଏଥିରେ ଉଲ୍ଲେଖ କରିଛନ୍ତି । ତାଙ୍କ ସହ ବିଗତ ଦିନରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସଙ୍ଗରୋଧରେ ରହିବା ସହ କୋଭିଡ୍‌ ପରୀକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଓଡିଶା ସହ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଡାକ୍ତର ଏବଂ ବିଶେଷଜ୍ଞଙ୍କ ମତରେ ଚଳିତ ମାସ ଶେଷ ସୁଦ୍ଧା ଏହା ଶୀର୍ଷରେ ପହଞ୍ଚି ପାରେ । ଦୁଇ ଦିନ ହେବ ରାଜ୍ୟରେ ୧୦ ହଜାର ଉପରେ କୋଭିଡ ସଂକ୍ରମଣ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୨୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

saptyagiri

Comments are closed.