ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା ଅଭିଯୋଗ 

ଲକ୍ଷ୍ମୀପୁର :  କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ଥାନା ଅଞ୍ଚଳରେ ଘଟିଛି ଏକ ବର୍ବର ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ଧାରୁଆ ଅସ୍ତ୍ରରେ ହତ୍ୟା କରାଯିବା ସହିତ ତାଙ୍କର ଅଳଙ୍କାର ଲୁଟ କରି ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣା ଘଟିଛି କାକିରିଗୁମା ଥାନା ଅଞ୍ଚଳର ଡମପଞ୍ଚଡ଼ା ଗ୍ରାମ ନିକଟସ୍ଥ ପାହାଡ଼ ଉପରେ। ହତ୍ୟାର ଶିକାର ହୋଇଥିବା ମହିଳା ହେଉଛନ୍ତି ରୁବିନା ଖୋସ୍ଲା (୨୧)। ବୁଧବାର ଗ୍ରାମରେ ଏକ ଦଶାହ ଭୋଜି ଚାଲିଥିଲା। ରୁବିନା ଏହି ସମୟରେ ପାହାଡ଼ ନିକଟକୁ ଶୌଚାଦି କାର୍ଯ୍ୟ ପାଇଁ ଏକ ବାଲ୍ଟିରେ ପାଣି ନେଇ ଯାଇଥିଲେ କିନ୍ତୁ ସେ ଘରକୁ ଫେରିନଥିଲେ। ରୁବିନା ଘରକୁ ନଫେରିବାରୁ ତାଙ୍କ ଭାଇଙ୍କ ସହିତ ପରିବାର ଲୋକେ ଜଙ୍ଗଲରେ ଖୋଜାଖୋଜି କରିଥିଲେ,କିନ୍ତୁ ପାଇ ନଥିଲେ। କିନ୍ତୁ ଗୁରୁବାର ସକାଳୁ ପୁଣି କିଛି ସାଙ୍ଗ ସାଥି ମାନଙ୍କୁ ଧରି ଖୋଜିବାକୁ ଯାଇଥିଲେ। ଏହି ସମୟରେ କିଛି ଦୂରରୁ ଏକ ବାଲ୍ଟି ପଡ଼ିଥିବା ଦେଖିବାକୁ ପାଇ ସେଠାକୁ ଯାଇ ଦେଖିଲା ବେଳକୁ ରୁବିନାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ସେଠାରେ ପଡିଥିବା ଦେଖିଥିଲେ। ଏହାପରେ  ଗାଁ କୁ ଆସି ତାଙ୍କ ବାପାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ।

ଘଟଣା ସମ୍ପର୍କରେ ରୁବିନାଙ୍କ ବାପା ମଧୁସୂଦନ ଖୋସ୍ଲା କାକିରିଗୁମା ଥାନାରେ ଲିଖିତ ଭାବେ ଏତଲା ଦେଇଥିଲେ। ଏତଲାକୁ ଭତ୍ତିିକରି ଲକ୍ଷ୍ମୀପୁର ଏସ.ଡି.ପି.ଓ ଅଶ୍ୱିନୀ କୁମାର ନାୟକଙ୍କ ସହିତ ଥାନା ଅଧିକାରୀ ଗୌରହରି ସାହୁ ଏବଂ କାକିରିଗୁମା ଥାନା ଅଧିକାରୀ ଧିରେନ କୁମାର ପଟ୍ଟନାୟକଙ୍କ ସହିତ ଏକ ଟିମ୍‍ ମୃତ ଦେହ ପଡ଼ିଥିବା ସ୍ଥଳରେ ଯାଇ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ଏହା ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରି କୋରାପୁଟରୁ ସାଇଟିଂଫିକ୍‍ ଦଳ ସହିତ ସନ୍ଧାନୀ କୁକୁର ମଗାଇଥିଲେ। ତେବେ ଆଖପାଖ ଅଞ୍ଚଳ ବୁଲା ବୁଲି କରିବା ସହିତ ଗାଁ ନିକଟକୁ ଯାଇ ଫେରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ତେବେ ପରିବାର ଲୋକଙ୍କ ଅଭିଯୋଗ ହେଉଛି ଗ୍ରାମରେ ଦଶାହ ଭୋଜି ଚାଲିଥିଲା, ଏହି ସମୟରେ ରୁବିନା ପାହାଡ଼ ନିକଟକୁ ଶୌଚପାଇଁ ଯାଇଥିବା ସମୟରେ କେହି ତାହାର ପଛେ ପଛେ ଯାଇ ମନ୍ଦ କାମ କରିବାକୁ କହି ଥାଇ ପାରନ୍ତି। କିନ୍ତୁ ସେ ଏଥିରେ ରାଜି ନହେବାରୁ ଦୁଷ୍କର୍ମ କରିବା ସହିତ ଏହି ଘଟଣା ସମ୍ପର୍କରେ କାଳେ କହିଦେବ ଏହି ଭୟରେ ତାକୁ ହତ୍ୟା କରି ଥାଇ ପାରନ୍ତି।

ଅଭିଯୋଗ ଅନୁଯାୟୀ ରୁବିନା ପିନ୍ଧି ଥିବା ଏକ ସୁନା ଚେନ୍‍କୁ ମଧ୍ୟ ଦୁର୍ବୁତ ମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ରୁବିନା ୩ ବର୍ଷ ତଳେ ଗାଁରେ ତାଙ୍କର ମାମୁଁ ପୁଅକୁ ବିବାହ କରିଥିଲେ। କିନ୍ତୁ ପାରିବାରିକ କଳହ କାରଣରୁ ଆସି ଘରେ ରହିଥିଲେ। ହତ୍ୟା ସମ୍ପର୍କରେ ପ୍ରାୟତଃ ସ୍ପଷ୍ଟ ଜଣା ପଡ଼ୁଥିଲେ ମଧ୍ୟ ଦୁଷ୍କର୍ମ ହୋଇଛି କି ନାହିଁଁ ତାହା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣା ପଡ଼ିବ ବୋଲି ଏସ.ଡି.ପି.ଓ ଶ୍ରୀ ନାୟକ କହିଛନ୍ତି। ଏତି ସହିତ ମୃତଦେହକୁ ଲକ୍ଷ୍ମୀପୁର ଅଣାଯାଇ ବ୍ୟବଚ୍ଛେଦ କରିବା ପରେ ପରିବାର ଜୀମା ଦିଆ ଯାଇଛି। ଏନେଇ କାକିରିଗୁମା ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ତଦନ୍ତ କରି ହତ୍ୟାକାରୀକୁ ଶିଘ୍ର ଗିରଫ କରିବାକୁ ପରିବାର ଲୋକ ଦାବି କରିଛନ୍ତି।

Comments are closed.