ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ବିପୁଳ ବିସ୍ଫୋରକ ଜବତ

କୋରାପୁଟ -ମାଲକାନଗିରି ସୀମା ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ବିସ୍ଫୋରକ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ମାଟିତଳେ ପୋତା ଯାଇଥିବା ପ୍ରାୟ ୫୦୦ ଜିଲୋଟିନ୍, ବିଦ୍ୟୁତ ତାର ସହ ଆନୁଷଙ୍ଗିକ ସାମଗ୍ରୀ ସୁରକ୍ଷା କର୍ମୀ ଜବତ କରିଛି। ଆନ୍ଧ୍ର -ଓଡ଼ିଶା ବର୍ଡ଼ର ଜୋନାଲ କମିଟି ମାଓବାଦୀ ବିସ୍ଫୋରଣ ଘଟାଇବା ପାଇଁ ଏହାକୁ ପୋତି ରଖିଥିବା ସୂଚନା ମିଳିଛି । କୋରାପୁଟ ପୁଲିସ ଅଧୀକ୍ଷକ ମୁକେଶ ଭାମୁଙ୍କ ସୂଚନା ଅନୁସାରେ ପୁଲିସ ଉପରେ ଆକ୍ରମଣ ପାଇଁ ଏହାକୁ ହୁଏତ ମାଓବାଦୀ ପୋତି ରଖିଥିଲେ, ମାତ୍ର ଗୋପନ ସୂଚନା ଆଧାରରେ ଏହାକୁ ଉଦ୍ଧାର କରାଯାଇଛି ।

Comments are closed.