ବ୍ଲକ ସ୍ତରୀୟ ଜଙ୍ଗଲ ସମ୍ବଳ ଅଧିକାର କର୍ମଶାଳା

ପାଟଣା: ଫାଉଣ୍ଡେସନ ଫର ଇକୋଲଜିକାଲ ସିକୁରୀଟି ଏବଂ ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ଜଙ୍ଗଲ ଜମି ଅଧିକାର ଆଇନ, ଜଙ୍ଗଲ ସମ୍ବଳ ଅଧିକାର ଆଇନ ସଂକ୍ରାନ୍ତିୟ ସଚେତନତା କର୍ମଶାଳା ପାଟଣା ବିଡ଼ିଓ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାଟଣା ବ୍ଲକ ସଭା ଗୃହରେ ଅନୁଷ୍ଠିତ ଏହି କର୍ମଶାଳାକୁ ଏଫଇଏସର ଜିଲ୍ଲା ସଂଯୋଜକ ପ୍ରଭାତ କୁମାର ମିଶ୍ର ସଂଯୋଜନା କରିଥିଲେ। ଏଫଇଏସର ଦକ୍ଷତା ବିକାଶ ପ୍ରଶିକ୍ଷକ ଶାସ୍ବତିକ କୁମାର ତ୍ରିପାଠୀ, ବେବିରାଣୀ ପାଣିଗ୍ରାହୀ, ତ୍ରିଲୋଚନ ମହାନ୍ତ ଓ ଭଗବତୀ ମହାନ୍ତ ପ୍ରମୁଖ କର୍ମଶାଳା ପରିଚାଳନା କରିବାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଡିଓ ଶ୍ରୀ ନାୟକଙ୍କ ସହ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ବନପାଳ ଭୂପତି କୁମାର ସେଠୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ବଳ ପ୍ରମୁଖ ସାମିଲ ଥିଲେ। ଶିବିରାର୍ଥୀ ଭାବେ ବ୍ଲକ ଅଞ୍ଚଳ ର ସରପଞ୍ଚ, ପଞ୍ଚାୟତ ନିର୍ବାହି ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନଙ୍କୁ ଜଙ୍ଗଲ ଜମି ଅଧିକାର ଆଇନର ସମସ୍ତ ନିୟମ ସମ୍ପର୍କରେ ଅବଗତ କରାଯାଇଥିଲା।

Comments are closed.