କୋରାପୁଟରେ ‘ପରବ ମହୋତ୍ସବ’ ଆରମ୍ଭ

କୋରାପୁଟ : କୋରାପୁଟ ଜିଲାରେ ରବିରାର ଠାରୁ ‘ପରବ ମହୋତ୍ସବ’ ଆରମ୍ଭ ହୋଇଛି। ପ୍ରଥମେ ଲମତାପୁଟ ବ୍ଲକ ଅନ୍ତର୍ଗତ ଡୁମଡୁମା ଜଳପ୍ରପାତ ଠାରୁ ମଶାଲ ଶୋଭାଯାତ୍ରା ବାହାରିଥିଲା।

ଶୋଭାଯାତ୍ରା ଚିକେନପୁଟ ଗ୍ରାମର ବାରଙ୍ଗ ବାଡ଼ି ପଡ଼ିଆରେ ପହଞ୍ଚିବାପରେ ସେଠାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ବିଧାୟକ ରଘୁରାମ ପୋଡ଼ାଲ, ପ୍ରୀତମ ପାଢୀ, ଏବଂ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ, କୋରାପୁଟ ଜିଲାପାଳ ମଧୁସୁଦନ ମିଶ୍ର ଉପସ୍ଥିତ ଥିଲେ।

Comments are closed.