କରୋନା ଚିକିତ୍ସାରେ କାମ ଦେଉଛି ଆମେରିକୀୟ ଔଷଧ

ବେଜିଂ : କରୋନା ସଂକ୍ରମିତଙ୍କ ଚିକିତ୍ସାରେ ସୁଫଳ ପ୍ରଦାନ କରୁଛି ଆମେରିକୀୟ କମ୍ପାନୀ ‘ଗିଲିଡ୍‌ ସାଇନ୍ସେସ୍’ ଦ୍ବାରା ପ୍ରସ୍ତୁତ ଭୂତାଣୁ ପ୍ରତିହତକାରୀ ଔଷଧ ‘ରାମଦେସିବିର’। ଆମେରିକାରେ ଏହି ଔଷଧସେବନରୁ ସଫଳତା ମିଳୁଥିବା ଲକ୍ଷ୍ୟ କରାଯିବା ପରେ ଚୀନ୍‌ର ଗବେଷଣା ସଂସ୍ଥା ‘ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲଜି’ ଏହାର ପାଟେଣ୍ଟ ପାଇଁ ଆବେଦନ କରିଛି। ଚୀନ୍‌ ଡାକ୍ତରମାନେ ଉହାନରେ ଏଥିରୁ ସଫଳତା ପାଇଛନ୍ତି। ଏହି ଔଷଧ ପୂର୍ବରୁ ମହାମାରୀ ରୂପ ନେଇଥିବା ‘ଏବୋଲା’ ଭୂତାଣୁ ସଂକ୍ରମିତଙ୍କ ଚିିକିତ୍ସାରେ ସଫଳତା ଦେଇଥିଲା। ଗିଲିଡ ସାଇନ୍ସେସ୍‌ ଏହି ଔଷଧର ପାଟେଣ୍ଟ (ସତ୍ତ୍ବାଧିକାର) ହାସଲ କରିଛି। ରାମଦେସିବିର ସହିତ ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହୃତ ‘କ୍ଲୋରୋକ୍ବିନ୍‌’ ମଧ୍ୟ କରୋନା ଚିକିତ୍ସାରେ ସଫଳତା ଦେଉଥିବା ଚୀନ୍‌ ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ଏହି ଔଷଧ ସମ୍ପର୍କରେ ପ୍ରସିଦ୍ଧ ‘ନେଚର’ ପତ୍ରିକାରେ ଆଲେଖ୍ୟ ପ୍ରକାଶ ପାଇଛି।

Comments are closed.