୧୫ ରାଜ୍ୟର ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନ ଓ ସଭ୍ୟ ସଚିବ ପ୍ରତିନିଧି ଦଳଙ୍କ କୋଣାର୍କ ପରିଦର୍ଶନ

0

କୋଣାର୍କ : ଶୁକ୍ରବାର ସଂଧ୍ୟା ୫ଟା ୩୦ ମିନିଟ୍ ସମୟରେ ଓଡ଼ିଶା ସମେତ ୧୫ ଗୋଟି ରାଜ୍ୟର ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନ ଓ ସଭ୍ୟ ସଚିବ ପ୍ରତିନିଧିମଣ୍ଡଳୀ ଦଳ ଵିଶ୍ଵ ଐଶ୍ୱର୍ୟ୍ୟ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନ ସଂଧ୍ୟାଵତୀ ପ୍ରଧାନଙ୍କ ନେତୃତ୍ୱରେ ଓଡିଶା ,ଦିଲ୍ଲୀ, ପଂଜାବ, ଚଣ୍ଡିଗଡ଼,ହରିୟାଣା,ଉତ୍ତରାଖଣ୍ଡ,ରାଜସ୍ଥାନ,ସିକିମ,ତାମିଲନାଡୁ,ମଧ୍ୟପ୍ରଦେଶ,ପଶ୍ଚିମଵଂଗ ଓ ଆନ୍ଧ୍ର ସମେତ ୧୫ଗୋଟି ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନ, ସଭ୍ୟ ସଚିବ ଓ ସଦସ୍ୟା ମାନେ ଵିଶ୍ଵ ଐତିହ୍ୟ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରିବା ସହ ଏହାର କଳା,ଭାସ୍କର୍ୟ୍ୟ ଓ ସ୍ଥାପତ୍ୟକୁ ମନୋଭରି ଉପଭୋଗ କରିଥିଲେ। ପର୍ୟ୍ୟଟନ ବିଭାଗ ଗାଇଡ ଵିଜୟ କୁମାର ନନ୍ଦୀ ସୂର୍ୟ୍ୟ ମନ୍ଦିରର ଐତିହ୍ୟ,ସଂସ୍କୃତି ,ଭାସ୍କର୍ୟ୍ୟ ଓ ଇତିହାସ ସମ୍ଵଧରେ ପୁଖାଂନୁପୁଖ ଭାବରେ ଅବଗତ କରାଇଥିଲେ। ଏହି ଅବସରରେ ୧୫ ଗୋଟି ରାଜ୍ୟର ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନ, ସଭ୍ୟ ସଚିବ ସମେତ ୩୦ ପ୍ରତିନିଧି ଦଳ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ତରଫରୁ ନିର୍ମାଣ କରାଯାଇଥିବା ଵ୍ୟାଖାନ କେନ୍ଦ୍ର ବୁଲି ଦେଖିବା ସହ ଵିଶ୍ବ ଐତିହ୍ୟ ସୂର୍ୟ୍ୟ ମନ୍ଦିର ର ପ୍ରାଚୀନ କଳାକୃତି ଓ ଇତିହାସ ସମ୍ପର୍କରେ ଵିଶଦ ଭାବରେ ଅବଗତ ହୋଇଥିଲେ। ଏହି ଗ୍ରସ୍ତ ସମୟରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଚିବ ହରିହର ନାୟକ, ସଦସ୍ୟା ଦିଵ୍ୟା ଶାଶ୍ଵତୀ, କୋଣାର୍କ ପର୍ୟ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ଓ କୋଣାର୍କ ଥାନା ଏଏସଆଇ ଶ୍ରୀଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply