ବାଲୁଖଣ୍ଡ ଅଭୟାରଣ୍ୟ ହରିଣ ପୋଖରୀରୁ ଯୁବକର ମୃତ ଦେହ ଉଦ୍ଧାର

0

କୋଣାର୍କ : ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିନସ୍ଥ କୋଣାର୍କ ଵନଵିଭାଗ ପକ୍ଷରୁ ଚନ୍ଦ୍ରଭାଗା ଜଙ୍ଗଲ ମଧ୍ୟରେ ହରିଣ ମାନଙ୍କ ପାଣି ପିଇବା ନିମନ୍ତେ ଖୋଲା ଯାଇଥିବା ପୋଖରୀ ଵୁଡି ଭୁବନେଶ୍ବର ଅଞ୍ଚଳର ଜଣେ ଇଂଜିନିୟରିଂ ଛାତ୍ର ମୃତ ଦେହକୁ ଚମ୍ପାହର ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ଜଣାପଡିଛି। ଖଵରରୁ ପ୍ରକାଶ ଯେ ଭୁବନେଶ୍ବର ୟୁନିଟ ୩ ଅଂଚଳର ମୁକ୍ତି କାନ୍ତ ତ୍ରିପାଠୀ ସାଙ୍ଗ ମାନଙ୍କ ସହ ମିଶି କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରିବା ପରେ ଚନ୍ଦ୍ରଭାଗା ଠାରେ ଵଣ ଭୋଜି କରିଥିଲେ। ଏହି ସମୟରେ ମୁକ୍ତିକାନ୍ତ ସାଙ୍ଗ ମାନଙ୍କ ସହ ମିଶି କୋଣାର୍କ ବନବିଭାଗ ଦ୍ୱାରା ବନ୍ୟ ପ୍ରାଣୀ ମାନଙ୍କ ନିମନ୍ତେ ଖୋଲା ଯାଇଥିବା ପୋଖରୀ ରେ ଗାଧୋଇବା ସମୟରେ ତାଙ୍କ ଗୋଡ ଖସିଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସାଙ୍ଗମାନେ ସ୍ଥାନୀୟ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଓ ଚମ୍ପାହର ଅଗ୍ନିଶମବିଭାଗକୁ ଖବର ଦେଇଥିଲେ। ଖବର ପାଇ ଚମ୍ପାହର ଅଗ୍ନିଶମ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଯୁଵକ ଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୋପ ଗତ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply