କୋଣାର୍କରେ ଜାତୀୟ ପ୍ରେସଦିଵସ ପାଳିତ

0

କୋଣାର୍କ : କୋଣାର୍କ ସ୍ଥିତ ପୂର୍ତ ଵିଭାଗ ଡାକଵଙ୍ଗଳା ଠାରେ ଶୁକ୍ରବାର ସଂଧ୍ୟା ସମୟରେ କୋଣାର୍କ ସାମ୍ବାଦିକ ସଂଘ ଓ ଧର୍ମପଦ ପ୍ରେସ କ୍ଲବ୍ ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିଵସ ମହାସମାରୋହରେ ପାଳିତ ହୋଇଯାଇଛି। କୋଣାର୍କର ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜାତୀୟ ପ୍ରେସ ଦିଵସ ସମାରୋହରେ କୋଣାର୍କ ସାମ୍ବାଦିକ ସଂଘର ସଭାପତି ନିରଞ୍ଜନ ବାରିକ, ଧର୍ମପଦ ପ୍ରେସ କ୍ଲବ୍ର ସଭାପତି ଜ୍ୟୋତିରାଜ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ନାଥ ଵାହିନୀପତି, ଆଇନଜୀବୀ ମାଧବାନନ୍ଦ ପତି, କୋଣାର୍କ ସାମ୍ବାଦିକ ସଂଘ ର ସଂପାଦକ ମନୋରଞ୍ଜନ ପଣ୍ଡା, ଧର୍ମପଦ ପ୍ରେସ କ୍ଲବ୍ ର ସଂପାଦକ ଭାଗିରଥି ସ୍ଵାଇଁ, ଉପସଭାପତି ପ୍ରକାଶ କାଂଡି, ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର, ଵିଶ୍ଵ ଶ୍ରୀ ଵିଶ୍ବ ରଂଜନ, ଅଜିତ କୁମାର ମଲ୍ଲିକ, ସୁକାନ୍ତ କୁମାର ଵିଶ୍ଵାଳ, ପ୍ରଦୀପ କୁମାର ଛାଟୋଇ ପ୍ରମୁଖ ଉପସ୍ଥିତ ରହି ଏହି ଦିବସ ର ପାଳନ ଅବସରରେ ସାମ୍ବାଦିକ ମାନେ ନିର୍ଭୀକ ଓ ସତ୍ୟନିଷ୍ଠ ଖବର ପରିବେଷଣ କରି ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଵହୁଵିଧ ଉନ୍ନତିରେ ଵର୍ତୀ ହୋଇ କାର୍ୟ୍ୟ କରିଵା ଦିଗରେ ଅଗ୍ରସର ହେବା ଜରୁରୀ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ନକ୍ସଲ ହାମଲା ରେ ପ୍ରାଣ ହରାଇଥିବା ଦୂରଦର୍ଶନ ର ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁ ଆତ୍ମା ର ସଦଗତି କାମନା କରିବା ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

Leave A Reply