‘ମେକ୍ ଅନ୍ ଓଡ଼ିଶା’ କନକ୍ଲେଭ ଆନୁକୂଲ୍ୟରେ କୋଣାର୍କରେ ଗଣଦୌଡ

0

କୋଣାର୍କ: ‘ମେକ୍ ଅନ୍ ଓଡ଼ିଶା’ କନକ୍ଲେଭ ଆନୁକୂଲ୍ୟରେ କୋଣାର୍କରେ ଵିଶାଳ ଗଣଦୌଡ ଆୟୋଜନ ହୋଇଛି । କୋଣାର୍କ-ରାଜ୍ୟ ସରକାର ଙ୍କ କ୍ରୀଡ଼ା ଓ ଯୁବ ସେଵା, ଶିଳ୍ପ ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଵିଶ୍ବ ପ୍ରସିଦ୍ଧି କୋଣାର୍କ ସୂର୍ୟ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରୁ ଓଡିଶା ମେକ୍ ଇନ କନକ୍ଲେଭ ପ୍ରକଳ୍ପ ମାଧ୍ୟମରେ ଆୟୋଜିତ ଵିଶାଳ ଗଣଦୌଡ ପ୍ରତିଯୋଗିତାକୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ଵିନୟ କୁମାର ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରବିବାର ସକାଳ ୬ଟା ୩୦ ମିନିଟ ସମୟରେ ଅନୁଷ୍ଠିତ ଏହି ଵିଶାଳ ଗଣଦୌଡରେ ଜାତୀୟ ସଵୁଜ ଵାହିନୀ ଅଧିନସ୍ଥ ଆର୍ତ ତ୍ରାଣ କାର୍ତ୍ତିକେଶ୍ଵର ଵିଦ୍ୟାପୀଠ, ନୂଆଗାଁ, ଵଟେଶ୍ବର ଉଚ୍ଚ ବିଦ୍ୟାଳୟ, ବାଲିଦୋକାନ, କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ, କୋଣାର୍କ ଉଚ୍ଚ ବିଦ୍ୟାଳୟ, ରାଉଳ ପାଟଣା ଵାଳିକା ଉଚ୍ଚ ବିଦ୍ୟାଳୟ, କ୍ରୀଡା ଛାତ୍ରାବାସ ଭୁବନେଶ୍ବରର ଛାତ୍ରଛାତ୍ରୀ ମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । କୋଣାର୍କ ସୂର୍ୟ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରୁ ଏହି ଗଣଦୌଡ ପ୍ରତିଯୋଗିତା ଆରମ୍ଭ ହୋଇ ଦୀର୍ଘ ୩ କିମି ଚନ୍ଦ୍ରଭାଗା ପର୍ୟ୍ୟନ୍ତ ଓ ସେଠାରୁ ପ୍ରତିଯୋଗୀ ମାନେ ପୁନଶ୍ଚ ଭାରତୀୟ ତୈଳ ପ୍ରତିଷ୍ଠାନ ମୁଖ୍ୟ ଫାଟକ ସମ୍ମୁଖରେ ପହଂଚିଥିଲେ। ସେଠାରେ ବାଳକ, ବାଳିକା ଗଣଦୌଡ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ସମେତ ଏଥିରେ ଭାଗ ନେଇଥିବା ଅନ୍ୟ ପ୍ରତିଯୋଗୀ ମାନଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଵିନୟ କୁମାର ଦାଶ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

କୋଣାର୍କ ଭଳି ଏକ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଆୟୋଜିତ ଏହି କାର୍ୟ୍ୟକ୍ରମରେ କ୍ରୀଡାବିତ ମାନେ ଭାଗ ନେଇ ନ ପାରିବା ଯୋଗୁଁ ସ୍ଥାନୀୟ ଜାତୀୟ ସବୁଜ ଵାହିନୀ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ଓ ଭୁବନେଶ୍ୱରରୁ ଆସିଥିବା ୪୦ ଜଣ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀମାନଙ୍କୁ ନେଇ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବା ରାଜ୍ୟ ସରକାରଙ୍କ ପ୍ରଚାର ପ୍ରସାର ଦାୟିତ୍ବରେ ଥିବା ଵିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ବହୀନତା ନୀତିର ଏକ ଜ୍ଵଳନ୍ତ ଉଦାହରଣ। ସମଗ୍ର ଓଡ଼ିଶାର କ୍ରୀଡ଼ାଵିତମାନଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲେ ରାଜ୍ୟ ସରକାରଙ୍କ ଓଡିଶା ମେକ୍ ଇନ କନକ୍ଲେଭ ପ୍ରକଳ୍ପ ରେ ଵହୁ ଉଦୀୟମାନ କ୍ରୀଡାବିତ୍ ମାନେ ଏହାର ସଫଳ ଉପଯୋଗୀତା ନିଜ ନିଜର କ୍ରୀଡ଼ା ପ୍ରତିଭା ଉଦ୍ଭାସିତ କରିବାରେ ଵିଶେଷ ସହାୟକ ହୋଇପାରିଥାନ୍ତେ ବୋଲି ବୁଦ୍ଧିଜୀବୀ ଓ ସଚେତନ କ୍ରୀଡ଼ା ପ୍ରେମୀମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରୁଷ ଵିଭାଗରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଛାତ୍ର ଦିଲ୍ଲୀପ କୁମାର ନାୟକ ପ୍ରଥମ, କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଵରଜୁ ଵାରଡା ଦ୍ଵିତୀୟ, ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ସଂଜୟ କୁମାର ସ୍ବାଇଁ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ବାଳିକା ଵିଭାଗରେ ଜାତୀୟ ସବୁଜ ଵାହିନୀର ସ୍ଵେଚ୍ଛାସେବୀ ତଥା କୋଣାର୍କସ୍ଥିତ ରାଉଳପାଟଣା ଵାଳିକାଉଚ୍ଚ ଵିଦ୍ୟାଳୟର ଛାତ୍ରୀ ଵର୍ଷା କାଂଡି ପ୍ରଥମ, ଜାତୀୟ ସବୁଜ ଵାହିନୀର ସ୍ବେଚ୍ଛାସେବୀ ତଥା କୋଣାର୍କ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରାଜଲକ୍ଷ୍ମୀ କାଂଡି ଦ୍ବିତୀୟ, ଓ ଜାତୀୟସଵୁଜ ଵାହିନୀର ସ୍ଵେଚ୍ଛାସେବୀ ତଥା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତେଜସ୍ବୀନି ଵିଶ୍ଵାଳ ତୃତୀୟ ସ୍ଥାନ ଅଧିକାର କରି କୋଣାର୍କ ପାଇଁ ଗୌରବ ଆଣି ପାରିଛନ୍ତି। ମାତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ କୈଣସି ଆର୍ଥିକ ପ୍ରୋତ୍ସାହନ ରାଶି ନ ଦିଆଯାଇ କେଵଳ ଟ୍ରଫି ପ୍ରଦାନ କରାଯାଇଥିଲା।

ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଵିନୟ କୁମାର ଦାଶ ପୁରୁଷ ଓ ମହିଳା ଵିଭାଗ ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ଵିଭାଗ ର କାର୍ୟ୍ୟକ୍ରମ ଅଧିକାରୀ ହରେଶ ମିଶ୍ର ପୁରୀ ଜିଲ୍ଲା ପର୍ୟ୍ୟଟନ ଅଧିକାରୀ ଵିଜୟ କୁମାର ଜେନା, ନିମାପଡ଼ା ଡିଏସପି ନିରଂଜନ ପାଢୀ, କୋଣାର୍କ ଏନ ଏ ସି ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, କୋଣାର୍କ ଵନାଞ୍ଚଳ ଅଧିକାରୀ ଆଦିତ୍ୟ ନାରାୟଣ ମିଶ୍ର, କୋଣାର୍କ ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନ ଓ ଜାତୀୟ ସବୁଜ ଵାହିନୀର ସଂଯୋଜକ ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ।

Leave A Reply