ଆମେରିକା ରାଷ୍ଟ୍ରଦୂତଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

0

କୋଣାର୍କ : ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଗୁରୁବାର ପୂର୍ବାହ୍ନ ୧୦ଟା ସମୟରେ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରିଥିବା ଜଣାପଡିଛି। ସୂର୍ୟ୍ୟ ମନ୍ଦିରର ମୁଖ୍ୟ ଫାଟକ ସମ୍ମୁଖରେ କୋଣାର୍କ ପର୍ୟ୍ୟଟନ ଅଧିକାରୀ ଆମେରିକା ରାଷ୍ଟ୍ରଦୂତ କେନିଥ୍ ଜୁଷ୍ଠରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହାପରେ ରାଷ୍ଟ୍ରଦୂତ ଶ୍ରୀ ଜୁଷ୍ଠର ଵିଶ୍ଵ ଐତିହ୍ୟ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ଏଏସଆଇ ଭୁବନେଶ୍ବର ସୁପରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ ରାଷ୍ଟ୍ରଦୂତ ଶ୍ରୀ ଜୁଷ୍ଠର ଓ କନସୁନାଲ ଜେନେରାଲ କାଥେରିନ୍ ହାଡାଙ୍କୁ ସୂର୍ୟ୍ୟ ମନ୍ଦିରର ଐତିହ୍ୟ, କଳା ଓ ସଂସ୍କୃତି ଉପରେ ଵୁଝାଇଥିଲେ। ଏହି ଗସ୍ତ ସମୟରେ କୋଣାର୍କ ଥାନା ଅଧିକାରୀ ସଞ୍ଜୀବ କୁମାର ପ୍ରଧାନ, ଗୋପ ତହସିଲଦାର ସୁଧାକର ସାମନ୍ତରାୟ ଓ ରାଷ୍ଟ୍ରଦୂତଙ୍କ ସହ ଆସିଥିବା ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ କୋଣାର୍କ ଥାନା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

Leave A Reply