ସାଇସେନା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

0

କୋଣାର୍କ: କୋଣାର୍କର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାଇସେନା ପକ୍ଷରୁ କୋଣାର୍କ ସାଇ ମନ୍ଦିର ଓ କାଳୀ ମନ୍ଦିର ପରିସର ଶୁକ୍ରବାର ସକାଳ ସମୟରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ସତ୍ୟଜିତ ନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାଇସେନାର ୨୦ ରୁ ଉର୍ଦ୍ଧ୍ବ ସ୍ବେଛାସେବୀ ମାନେ ଯୋଗ ଦେଇ ମିଳିମିଶି କୋଣାର୍କ ଲାବନ୍ୟ ଛକ ନିକଟ ସାଇ ମନ୍ଦିର ଓ ବାଣପଦା ରାସ୍ତାର କାଳୀ ମନ୍ଦିର ପରିସର ଓ ମନ୍ଦିର ପାର୍ଶ୍ୱବତୀ ଅଞ୍ଚଳରେ ପଡି ରହିଥିବା କୁଢ଼ କୁଢ଼ ପଚା ସଢା ଅଳିଆ ଆବର୍ଜନା ମୟ ପରିବେଷକୁ ସଫା କରି ପରିସ୍କାର ପରିଚ୍ଛନ୍ନ କରିଥିଲେ। କୋଣାର୍କ ଭଳି ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରକୁ ସ୍ୱଚ୍ଛତା ରଖିବା ସହ ଜନ ସାଧାରଣମାନଙ୍କୁ ସ୍ୱଚ୍ଛତା ଜାଗରଣ କରିବା ମୂଳ ଲକ୍ଷ୍ୟ ବୋଲି ସାଇସେନା ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ସାଇସେନାର ଉପସଭାପତି ପଞ୍ଚାନନ ଲେଙ୍କା, ସମ୍ପାଦକ ନିହାର ରଞ୍ଜନ ବେଉରା, ବିଶ୍ୱଜିତ ଜେନା, ସଞ୍ଜୟ ସାହୁ, ଶୁଭାଶିଷ ମହାନ୍ତି, ସତ୍ୟଜିତ ବେହେରା, କୁନାଲ ପାତ୍ର, ଚିନ୍ମୟ ବିଶ୍ୱାଳ, ପିନାକୀ ନାୟକ, ନ୍ୟାୟବ୍ରତ ଖଟୁଆ, ସୁଦର୍ଶନ ସାହୁ ଓ ମାନସ ବେହେରାଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ।

Leave A Reply