କାନାଡା ହକି ଦଳର ସୂର୍ଯ୍ୟମନ୍ଦିର ପରିଦର୍ଶନ

0

ଗୋପ : ପୁରୁଷ ହକି ବିଶ୍ୱକପ୍‍ ଖେଳିବାକୁ ଭୁବନେଶ୍ୱର ଆସିଥିବା କାନାଡା ଦଳ ମଙ୍ଗଳବାର ପୂର୍ବାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ କାନାଡା ଟିମ୍‍କୁ କୋଣାର୍କ ସୂର୍ଯ୍ୟମନ୍ଦିରର ବିଭିନ୍ନ ତଥ୍ୟ ଓ ସୂକ୍ଷ୍ମ କାରୁକାର୍ଯ୍ୟଗୁଡ଼ିକ ବୁଲାଇ ଦେଖାଇଥିଲେ। ହକି ଟିମ୍‍ର ସଦସ୍ୟମାନଙ୍କ ଆଗମନକୁ ଆଖି ଆଗରେ ରଖି କୋଣାର୍କ ପୁଲିସ ପକ୍ଷରୁ ଏକ ପ୍ଲାଟୁନ୍‍ ଫୋର୍ସ ଓ ଅଫିସର ନିୟୋଜିତ ହୋଇଥିଲେ।

Leave A Reply