ଉଦଘାଟନ ହେଲା ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ

0

କୋଣାର୍କ : କୋଣାର୍କ ଉତ୍ସବ ପରିପ୍ରେକ୍ଷୀରେ ଚନ୍ଦ୍ରଭାଗା ଠାରେ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବକୁ ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ୟ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଵ୍ରହ୍ମଗିରି ଵିଧାୟକ ସଂଜୟ କୁମାର ଦାସବର୍ମା, ପୁରୀ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ନିମାପଡ଼ା ଵିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ପର୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ, ଅତିରିକ୍ତ ଜିଲ୍ଲାପାଳ ଵିନୟ କୁମାର ଦାଶ, ପୁରୀ ଉପଜିଲ୍ଲାପାଳ ଭଵତାରଣ ସାହୁ ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ବାଲୁକାଶିଳ୍ପୀ ମାନଙ୍କୁ ଦ୍ଵାରା ପ୍ରଦର୍ଶିତ ହୋଇଥିବା ବାଲୁକା କଳା କୃତି ଵୁଲି ଦେଖିଥିଲେ। ଏହି ଵାଲୁକା କଳା ମହୋତ୍ସବରେ ୬ଜଣ ଵିଦେଶୀ ବାଲୁକାଶିଳ୍ପୀ ଯୋଗ ଦେଇଥିବା ବେଳେ ମୋଟ ଓଡିଶା ସମେତ ଭାରତର ବିଭିନ୍ନ ରାଜ୍ୟର ୧୧୦ ଜଣ ଵାଲୁକା ଶିଳ୍ପୀ ଯୋଗ ଦେଇଛନ୍ତି। ପରେ ମନ୍ତ୍ରୀ ଶ୍ରୀ ପଣ୍ଡା ଏବଂ ଅନ୍ୟ ଅତିଥିମାନେ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ହୋଇଥିବା ହସ୍ତଶିଳ୍ପ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ।

Leave A Reply