କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଵୃଦ୍ଧିର ପ୍ରତିବାଦ

0

ଗୋପ: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି ପ୍ରତିବାଦରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ପ୍ରତିବାଦ କରାଯାଇ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିପାଇଁ ବିଦେଶରୁ ଆସିଥିବା ପର୍ଯ୍ୟଟକ ମାନେ କିଛି ସମୟ ପାଇଁ ମନ୍ଦିର ଭିତରକୁ ପ୍ରବେଶ କରିପାରିନଥିଲେ। ପର୍ଯ୍ୟଟକଙ୍କ ଅସୁବିଧାକୁ ଆଖିଆଗରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିବା ବେଳେ ଧାରଣା ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ଜଣା ପଡ଼ିଛି ।ସୂଚନାଯୋଗ୍ୟ ଯେ, ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ) କୌଣସି ସୂଚନା ନ ଦେଇ ପ୍ରବେଶ ଶୁଳ୍କ ବୃଦ୍ଧି କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଭାରତୀୟ ନାଗରିକ ମାନଙ୍କ ପାଇଁ ପ୍ରବେଶ ଶୁଳ୍କ ମୁଣ୍ଡପିଛା ୩୦ଟଙ୍କା ଆଦାୟ କରାଯାଉଥିବା ବେଳେ ଏହାକୁ ୪୦ ଟଙ୍କାକୁ  ବୃଦ୍ଧି କରାଯାଇ ଥିବା ବେଳେ ବିଦେଶୀ ନାଗରିକ ମାନଙ୍କ ପାଇଁ ପ୍ରବେଶ ଶୁଳ୍କ ୫୦୦ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏ.ଏସ୍.ଆଇ କୌଣସି ସୂଚନା ନ ଦେଇ ପ୍ରବେଶ ଶୁଳ୍କ ବୃଦ୍ଧି କରିଥିବା ପ୍ରତିବାଦରେ କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଧାରଣାରେ ବସି ରହିଥିଲେ।

Leave A Reply