ଦୀର୍ଘ ୫ ମାସ ପରେ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର

କୋଣାର୍କ : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାୟ ଦୀର୍ଘ ୫ ମାସ ହେବ ବନ୍ଦ ରହିଥିବା କୋଣାର୍କ ସୂର୍ଯ୍ୟମନ୍ଦିର ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଏହାକୁ ଖୋଲାଯାଇଛି। ଦିନକୁ ପ୍ରାୟ ଅଢେଇ ହଜାର ପର୍ଯ୍ୟଟକଙ୍କୁ କୋଣାର୍କ ମନ୍ଦିରକୁ ଦର୍ଶନ କରିବାକୁ ଅନୁମତି ମିଳିଛି। ସକାଳୁ ଅପରାହ୍ନ ଗୋଟାଏ ମଧ୍ୟରେ ୧୫ ଶହ ଓ ଅପରାହ୍ନରେ ଏକ ହଜାର ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ମିଳିବ। କଟକଣା ଦୃଷ୍ଟିରୁ ଟିକେଟରେ ବାରକୋଡ଼ ବ୍ୟବସ୍ଥା କରାଯାଇଛି। ମନ୍ଦିର ଭିତରକୁ ଯିବା ପୂର୍ବରୁ ପର୍ଯ୍ୟଟକଙ୍କ ଥର୍ମାଲ ସ୍କିନିଂ କରାଯିବା ସହ ଅନ୍ୟାନ୍ୟ ସମସ୍ତ ନିୟମ ଉପରେ ଗୁରୁତ୍ୱ ଦିଆଯିବ।

Comments are closed.