କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଏଏସଆଇ ପକ୍ଷରୁ ବିଶ୍ବ ଐତିହ୍ୟ ସପ୍ତାହ ପାଳିତ

0

କୋଣାର୍କ : କେନ୍ଦ୍ର ସରକାରଙ୍କ ଏଏସଆଇ କୋଣାର୍କ କାର୍ଯାଳୟ ପକ୍ଷରୁ ଵିଶ୍ବ ଐତିହ୍ୟ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ପୂର୍ବାହ୍ନ ୧୦ଟା ସମୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ କରାଯାଇଥିବା ଐତିହ୍ୟ ପ୍ରଦର୍ଶନୀକୁ ପୁରୀ ଜିଲ୍ଲାପାଳ ଜ୍ୟେତିପ୍ରକାଶ ଦାଶ ଶୁଭ ଉଦଘାଟନ କରିଥିଲେ। ପରେ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ଅବସରରେ ଆସିଥିବା ପର୍ଯ୍ୟଟକମାନେ ଏହି ପ୍ରଦର୍ଶନୀକୁ ଵୁଲି ଏଥିରେ ସ୍ଥାନୀତ ପ୍ରାଚୀନ ଐତିହ୍ୟ ଓ କଳାକୃତିକୁ ଵୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସ୍ଥିତ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ, ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ, ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଏଏସଆଇ ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ଅଞ୍ଚଳର ଶୋଭନୀୟ ଶିକ୍ଷାଶ୍ରମ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସେତନା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଵିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଐତିହ୍ୟ ସୁରକ୍ଷା ସମ୍ବନ୍ଧୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ବର ସ୍ଥିତ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଦାୟିତ୍ବରେ ଥିବା ଏଏସଆଇ ଅଧିକାରୀ ଚିତ୍ତ ରଞ୍ଜନ ଦାଶ ପରିଚାଳନା କରିଥିଲେ।

Leave A Reply