କୋଣାର୍କ ମନ୍ଦିରର ସ୍ଥିତାବସ୍ଥା ଅନୁଧ୍ୟାନ କଲେ କାକଟପୁର ବିଧାୟକ

0

କୋଣାର୍କ : ଵିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିତାବସ୍ଥା ଅନୁଧ୍ୟାନ କରିଛନ୍ତି କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ମନ୍ଦିର ଦାୟିତ୍ବରେ ଥିବା କେନ୍ଦ୍ର ସରକାରଙ୍କ ଏଏସଆଇ କତୃପକ୍ଷଙ୍କ ମନ୍ଦିର ପ୍ରତି କ୍ରମାଗତ ଭାବରେ ଅବହେଳା ଓ ସଠିକ୍ ଭାବରେ ସଂରକ୍ଷଣ କରାନଯିବା ଫଳରେ ଵିଶ୍ବ ଐତିହ୍ୟ କିର୍ତ୍ତୀରାଜି ଅଵକ୍ଷୟ ହେଵାକୁ ବସିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଦାବି ହୋଇଛି। ଖବରଅନୁସାରେ ସୂର୍ଯ୍ୟ ମନ୍ଦିର ଦାୟିତ୍ବରେ ଥିବା ଏଏସଆଇ କତୃପକ୍ଷ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କ ଠାରୁ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଥିବା ବେଳେ ଵିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ଓ ପ୍ରାକୃତିକ ପରିବେଶର ବିକାଶ ଦିଗରେ ସଠିକ୍ ଭାବରେ ପଦକ୍ଷେପ ନ ନେବା ଫଳରେ ଏହା ଧ୍ଵଂସାଭିମୁଖୀ ଆଡକୁ ମୁହାଁଇଛି। ଏହି ବିଶ୍ବ ପ୍ରସିଦ୍ଧ କିର୍ତ୍ତୀରାଜି ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ମନ୍ଦିର ପରିସରରେ ଶୌଚାଳୟ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ବର୍ଷା ଦିନ ପାଇ ଡ୍ରେନେଜ ବ୍ୟଵସ୍ଥା ନ କରିବା ଫଳରେ ଏହା ପରିସରରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳେ। ଏଠାକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥାନ୍ତି। ମାତ୍ର ସେମାନଙ୍କ ନିମନ୍ତେ ମନ୍ଦିର ଦାୟିତ୍ବରେ ଥିବା ଏଏସଆଇ କତୃପକ୍ଷ ମୌଳିକ ସୁବିଧା ପ୍ରଦାନ କରିବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଦେଖିବାକୁ ମିଳୁଛି। ମନ୍ଦିରରୁ ଵିଭିନ୍ନ ସମୟରେ ଖସୁଥିବା କାରୁକାର୍ଯ୍ୟ ପୂର୍ଣ୍ଣ ପଥର ଵଦଳରେ ସାଧା ପଥର ଲଗାଇ ପ୍ରାଚୀନ କଳାକୃତିକୁ ଅପମାନ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଏଏସଆଇ କତୃପକ୍ଷ ଵିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଠିକ୍ ଭାବରେ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କରିଵାରେ ବିଫଳ ହୋଇଥିବା କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି। ଏହାର କଳାକୃତି ଵିଶ୍ଵରେ ଅନନ୍ୟ ବୋଲି ପ୍ରକାଶ କରିବା ସହ ଏହାର ସଠିକ ଭାବେ ରକ୍ଷଣାବେକ୍ଷଣ କରାନଗଲେ ଭବିଷ୍ୟତ ପିଢି ମାନଙ୍କ ନିମନ୍ତେ ଏହା ଏକ ପଥର ଗଦା ଭାବରେ ଵିଵେଚିତ ହେବ ବୋଲି ପ୍ରକାଶ କରିଥିଲେ। ଆସନ୍ତା ଶୁକ୍ରବାର ବିଧାନସଭାରେ ସୂର୍ଯ୍ୟ ମନ୍ଦିରର ସଠିକ ଭାବରେ ସଂରକ୍ଷଣ, ଭବିଷ୍ୟତ ପିଢି ମାନଙ୍କ ନିମନ୍ତେ ସଂରକ୍ଷିତ ରଖିବା, ସାଧା ପଥର ଵଦଳରେ କାରୁକାର୍ଯ୍ୟ ପୂର୍ଣ୍ଣ ପଥର ଲଗାଇବା, ପର୍ଯ୍ୟଟକମାନଙ୍କ ନିମନ୍ତେ ଶୌଚାଳୟ ଓ ପାନୀୟ ଜଳ ଯୋଗାଣ ଓ ମନ୍ଦିର ପରିସରରୁ ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା ଆଦି କାର୍ଯ୍ୟର ସଫଳ କାର୍ଯ୍ୟକାରିତା ନେଇ ଵିଧାନସଭାରେ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ଵିଧାୟକ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି। ଏହି ସମୟରେ କୋଣାର୍କ ବିଜୁଜନତା ଦଳ ସଭାପତି ଗୋପାଳ ଚନ୍ଦ୍ର ବେହେରା, ପୂର୍ଵତନ କାଉନସିଲର ବିମ୍ଵାଧର ଵେଉରା, ପ୍ରତାପ ଗୋଛ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply