ଶିକ୍ଷାଶ୍ରମ ପକ୍ଷରୁ ଶିଶୁଦିଵସରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

0

କୋଣାର୍କ : କୋଣାର୍କର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶୋଭନୀୟ ଶିକ୍ଷାଶ୍ରମ ପକ୍ଷରୁ ପବିତ୍ର ଶିଶୁ ଦିବସ ଅବସରରେ ପଣ୍ଡିତ ଉକ୍ତଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଶିକ୍ଷାନୁଷ୍ଠାନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବରେ ସାମାଜିକ କର୍ମୀ ହରିଶ୍ଚନ୍ଦ୍ର ଦାଶ, ଗଗାଂଧର ମିଶ୍ର, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟୋଇ ଓ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଋକ୍ମଣୀ ଦେବୀ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ପରେ ପରେ ଏହି ଅବସରରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଋକ୍ମଣୀ ଦେଵୀଙ୍କ ସଭାପତିତ୍ବରେ ଶିଶୁ ଦିବସ ମହାସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଅତିଥି ଭାବରେ ସମାଜସେବୀ ହରିଶ୍ଚ ଚନ୍ଦ୍ର ଦାଶ, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟୋଇ, ଶିକ୍ଷାଵିତ ଗଗାଂଧର ମିଶ୍ର ପ୍ରମୁଖ ଯୋଗ ଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଶିକ୍ଷାନୁଷ୍ଠାନର କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚେତନା ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷାନୁଷ୍ଠାନର ନିରୁ ଗୁରୁମା ସମେତ ସମସ୍ତ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।

Leave A Reply