ଭାରତୀୟ ବଜାରକୁ ଆସିଲା କୋମିଓ ଏକ୍ସ୍-୧

0

ଚୀନ୍ ର କୋମିଓ ନାମକ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ  ଭାରତରେ ନିଜର ଆଉ ଏକ ସ୍ମାର୍ଟଫୋନ କୋମିଓ ଏକ୍ସ-୧ ଲଞ୍ଚ୍ କରିଛି। କିଛିଦିନ ପୂର୍ବେ ଲଞ୍ଚ୍ ହୋଇଥିବା ଫୋନ୍‍ ରେଡମି ନୋଟ୍-୫ ଏବଂ ଓପୋ ରିୟଲମି-୧ ଭଳି ଏହାର ଡିଜାଇନ୍‍ କରାଯାଇଛି । ଏଥିରେ ଫୁଲ ଭ୍ୟୁ ଏଚଡି ପ୍ଲସ୍ ଡିସପ୍ଲେ ଦିଆଯାଇଛି। ଏହା ବ୍ୟତୀତ ଏଥିରେ ୩୦ଦିନର ରିପଲେସମେଣ୍ଟ୍ ବ୍ୟବସ୍ତା ରହିଛି । ଏଥିରେ ଭିନ୍ନ ଭିନ୍ନ ଭାବରେ ଏକ ବର୍ଷ ଏବଂ ୧୦୦ ଦିନର ଗ୍ୟାରେଣ୍ଟି ପାଇପାରିବେ। ଏହା ସହିତ ୧୨ମାସ ରୁ କମ୍‍ ପୁରୁଣା କୋମିଓ ଫୋନ୍ ଦେଇ ଏହି ମଡେଲର ଫୋନ୍ କିଣିଲେ ୪୦ପ୍ରତିଶତ କମ୍‍ ମୂଲ୍ୟରେ ପାଇବେ ।
କୋମିଓ ଏକ୍ସ-୧ର ବିଶେଷତ୍ୱ
ଏହି ଫୋନରେ ଆପଣ ଡୁଆଲ ସିମ୍ ସପୋର୍ଟ,  ଆଣ୍ଡ୍ରୋଏଡ୍ ଓରିୟୋ ଏବଂ ୫.୫ଇଞ୍ଚ୍‍ର ଏଚ୍‍ଡ ଡିସପ୍ଳେ ରହିଛି ଯାହାର ରିଜୋଲ୍ୟୁସନ ୭୨୦x୧୪୪୦ ପିକ୍ସେଲ୍ ରହିଛି। ଏହି ଫୋନରେ ଫୁଲ ଭ୍ୟୁ ଡିସପ୍ଲେ ରହିଛି ଯାହାର ଆସପେକ୍ଟ ରେସିୟୋ ୧୮:୯ ରହିଛି। ଏଥିରେ କ୍ବାଣ୍ଡକୋର ମିଡିୟାଟେକ୍‍ ଏମ୍‍ଟି ୬୭୩୯ ପ୍ରୋସେସର୍, ୨ଜିବି ରାମ୍‍ ଏବଂ ୧୬ ଜିବି ଷ୍ଟୋରେଜ ରହିଛି ଯାହାକୁ ୧୨୮ଜିବି ପର୍ଯ୍ୟନ୍ତ ବଢାଇ ପାରିବେ।
ଏହି ଫୋନରେ ୧୩ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲର ରହିଛି। ଉଭୟ କ୍ୟାମେରାରେ ଫ୍ଲାସ ଲାଇଟ୍ ସୁବିଧା ରହିଛି। କ୍ୟାମେରା ସହିତ ପ୍ରୋଟେଟ୍‍, ସ୍ମାଇଲ୍‍ ଗ୍ୟାଶ୍ଚର, ଫେସ କ୍ୟୁଟ୍‍ ଏବଂ ଫେସ୍ ଏଜ ଭଳି ଫିଚରସ୍‍ ପାଇପାରିବେ। ଫେସିଅଲ ରିକଗ୍ନିସନ ମଧ୍ୟ ପାଇପାରିବେ। ସଂଯୋଗ ପାଇଁ ଏହି ଫୋନରେ ୪ଜି ଭୋଲଟିଇ, ୱାଇ-ଫାଇଁ, ବ୍ଳୁ-ଟୁଥ ୪.୦, ଏଫଏମ୍‍ ରେଡିଓ, ୩.୫ଏମ୍‍ଏମ୍‍ର ହେଡ ଫୋନ ଜ୍ୟାକ୍‍ , ୟୁଏସବି ଏବଂ ଫିଙ୍ଗରପ୍ରିଣ୍ଟ୍‍ ସେନସର୍ ପାଇପାରିବେ। ଏହି ଫୋନର ଓଜନ ହେଉଛି ୧୨୭ ଗ୍ରାମ। ଏହି ଫୋନର ମୂଲ୍ୟ ୭,୪୯୯ଟଙ୍କା । ଏହାକୁୂ ଆପଣ ସମସ୍ଥ ପ୍ରମୁଖ ଅନଲାଇନ ଷ୍ଟୋରରୁ କିଣିପାରିବେ। ଏହି ଫୋନରେ ଜିଓ ତରଫରୁ ୨,୨୦୦ଟଙ୍କାର କ୍ୟାସବ୍ୟାକ ମିଳିବ ଏବଂ ଆଇଡିଆ ତରଫରୁ ଅତିରିକ୍ତ ଡାଟା ପାଇବାରିବେ।

Leave A Reply