କାଲକାଟା ମେଡିକାଲ୍‌ କଲେଜରେ ଅଗ୍ନିକାଣ୍ଡ

0

କୋଲକାତା: ସୋମାବର ସକାଳେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ କାଲକାଟା ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଛି । ମେଡିକାଲ କଲେଜର ୪ର୍ଥ ମହଲାରେ ଥିବା ହେମାଟୋଲୋଜି ବିଭାଗରେ ପରୀକ୍ଷାଗାରରେ ଏହି ଅଗ୍ନିକାଣ୍ଡ ଘଟିଛି । ଭୋର ପ୍ରାୟ ୫ଟା ବେଳେ ଜଣେ ସିକ୍ୟୁରିଟି ଅଟ୍ଟାଳିକାରୁ ଧୂଆଁ ବାହାରୁଥିବା ଦେଖି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଖବର କରିଥିଲେ । ପରେ ତୁରନ୍ତ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି।  ପରୀକ୍ଷାଗାରର ଥିବା ରେଫ୍ରିଜେରେଟରରେ ଇଲେକ୍‌ଟ୍ରିକ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଗତ ତିନି ମାସ ମଧ୍ୟରେ ହସ୍ପିଟାଲରେ ଦ୍ବିତୀୟ ଥର ଅଗ୍ନିକାଣ୍ଡ ଘଟିଛି ।

Leave A Reply