ରାଜୀବଙ୍କୁ ନ ପାଇ ଦିଲ୍ଲୀ ଫେରିଲେ ସିବିଆଇ ଦଳ

କଲକାତା/ନୂଆଦିଲ୍ଲୀ: ବହୁ ଖୋଜାଖୋଜି ସତ୍ତ୍ବେ ଚିଟ୍‌ଫଣ୍ଡ ଦୁର୍ନୀତି ଅଭିଯୁକ୍ତ ବରିଷ୍ଠ ଆଇପିଏସ୍‌ ଅଫିସର ରାଜୀବ କୁମାରଙ୍କ ପତ୍ତା ନ ପାଇ ୧୦ ଜଣିଆ ସିବିଆଇ ଅଧିକାରୀଦଳ ଶୁକ୍ରବାର ଦିଲ୍ଲୀ ଫେରିଯାଇଛନ୍ତି। ସିବିଆଇର ଏହି ଦଳ ଗତ ୧୭ ତାରିଖଠାରୁ ରାଜୀବଙ୍କୁ ଧରିବା ପାଇଁ କଲକାତାରେ ଡେରା ପକାଇଥିଲେ ମଧ୍ୟ ତାଙ୍କର ଅବସ୍ଥିତି ସମ୍ପର୍କରେ କୌଣସି ସୂଚନା ପାଇ ନ ଥିଲେ।

ସେମାନେ ରାଜୀବଙ୍କ ଘରଠାରୁ କାର୍ୟ୍ୟାଳୟ ପର୍ୟ୍ୟନ୍ତ ସବୁଆଡ଼େ ଅନୁସନ୍ଧାନ କରିଥିଲେ। ଇତିମଧ୍ୟରେ ରାଜୀବଙ୍କ ଆଗୁଆ ଜାମିନ ଆବେଦନ ନିମ୍ନ ଅଦାଲତରେ ଖାରଜ ହୋଇଯାଇଥିଲା ବେଳେ ସେ ପୁନର୍ବାର ଏଥିପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏହା ସମ୍ପ୍ରତି ବିଚାରାଧୀନ ରହିଛି।

Comments are closed.